www.samajalive.in
Sunday, December 7, 2025
26.1 C
Bhubaneswar

ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଧାରଣା

ଫୁଲବାଣୀ : ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲା ରେଳ ପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ କନ୍ଧମାଳକୁ ରେଳପଥ ସଂଯୋଗ ପାଇଁ ଏକ ଦିନିକିଆ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା । କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳାକାନ୍ତ ପାଣ୍ଡେ ଆବାହକ ତଥା ସମାଜସେବୀ ଅଶୋକ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଗଣଧାରଣାରେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, ସଂଯୋଜକ ପ୍ରଣବ ମଣ୍ଡଳ,ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ନାରାୟଣ ସାହୁ, ସମାଜସେବୀ ବିରଜା ପ୍ରସାଦ ରଥ, ପ୍ରମୋଦ ସାହୁ, ଅମୀୟ ଦାସ, ବ୍ରଜ ପଟନାୟକ, ରାଜୁ ପାଢୀ, କେ. ଜ୍ଞାନ୍ ଦୋରା, ପ୍ରସନ୍ନ ବେହେରା, କୁଇ ସମାଜ ସମିତି ସମ୍ପାଦକ ଅବନୀ କହ୍ନର, ଅଟୋ ଚାଳକ ସଂଘ କର୍ମକର୍ତା ପ୍ରମୂଖ ଫୁଲବାଣୀକୁ ରେଳ ସଂଯୋଗରୁ ବାଦ୍ ଦିଆଯାଇ ଥିବା ପ୍ରତିବାଦ କରି ଗଣ ଧାରଣାରେ ବସିଥିଲେ। ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ, ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରି ଡେଲ କର୍ତ୍ତୃପକ୍ଷଙ୍କୁ ଗତ ମାସେରୁ ଅଧିକ ଦିନ ହେଲା ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ଉଦବେଗ ପ୍ରକାଶ କରିବା ସହ ଗଣଧାରଣା ଦିଆଯାଇଥିଲା। ଆବଶ୍ୟକ ପଡିଲେ ଆଗାମୀ ଦିନରେ ରାଲି, ବିକ୍ଷୋଭ ଓ ଜିଲ୍ଲା ବନ୍ଦ ଡାକରା ଭଳି ପଦକ୍ଷେପ ନିଆ ଯାଇପାରେ ବୋଲି ଅଧ୍ୟକ୍ଷ ପାଣ୍ଡେ କହିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories