www.samajalive.in
Saturday, December 6, 2025
19.1 C
Bhubaneswar

ଉଚ୍ଚ ରକ୍ତଚାପ ରୋଗୀ ଖାଆନ୍ତୁ ଅଙ୍ଗୁର

ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହାସହ କିଛି ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ସେବନ କରିବା ଉଚିତ। ଶରୀରକୁ ସୁସ୍ଥ ରଖିବା ପାଇଁ ରକ୍ତଚାପ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ। ଏଭଳି କେତେକ ଫଳ ରହିଛି, ଯାହା ରକ୍ତଚାପ ରୋଗୀଙ୍କ ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ..
ଅଙ୍ଗୁର ପୋଟାସିୟମର ଉତ୍ତମ ସ୍ରୋତ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ।
ପୋଟାସିୟମ ଥିବା ଖାଦ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ହୃଦୟ ଜନିତ ରୋଗ ଓ ହୃଦଘାତ ହେବାର ସମ୍ଭାବନା ଖୁବ କମ୍‌‌ ଥାଏ।
ଅଙ୍ଗୁର ପୋଟାସିୟମ ସହ ଫାଇବରର ମଧ୍ୟ ଉତ୍ତମ ସ୍ରୋତ। ଏହା ରକ୍ତଚାପକୁ କମ୍‌‌ କରିବା ସହ ହୃଦୟକୁ ସୁସ୍ଥ ରଖିଥାଏ।
ଅଙ୍ଗୁରରେ ଥିବା ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଫଳରେ ବାରମ୍ବାର ରୋଗଗ୍ରସ୍ତ ହୋଇନଥାଆନ୍ତି।

ଉଚ୍ଚ ରକ୍ତଚାପ ରୋଗୀ କଦଳୀ ନିଶ୍ଚୟ ଖାଆନ୍ତୁ। ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଯାହା ଉଚ୍ଚ ରକ୍ତଚାପ ସମସ୍ୟାକୁ କମ୍‌‌ କରିବାରେ ସହାୟକ ହୋଇଥାଏ।
କମଳା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ଏହା ଉଚ୍ଚ ରକ୍ତଚାପକୁ ବଢିବାକୁ ଦେଇନଥାଏ।
ସେଓ ଏକ ସ୍ୱାସ୍ଥ୍ୟ ଉପକାରୀ ଫଳ। ଏହା ଶରୀର ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ। ନିୟମିତ ଗୋଟିଏ ସେଓ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡିନଥାଏ ବୋଲି କୁହାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାର୍ଯ୍ୟ କରିଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories