ଗୋପାଳପୁର: ବ୍ରହ୍ମପୁର ବିଶ୍ଵିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆଇ ଆର ଏଣ୍ଡ ପି ଏମ ବିଭାଗର ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। “ପରିବର୍ତ୍ତିତ ବିଶ୍ୱରେ କର୍ମ ଜଗତରେ ମାନବ ସମ୍ବଳ ପରିଚାଳନା” ଶୀର୍ଷକ ଜାତୀୟ ସମ୍ମିଳନୀକୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ପୋରୋହିତ୍ୟ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋପାଳପୁର ଟାଟା ଫେରୋ ଆଲୟ ପ୍ଲାଣ୍ଟର ମୁଖ୍ୟ ଆଟଲା ରାମବାବୁ ଯୋଗ ଦେଇ ସମାଜ ତଥା କର୍ପୋରେଟ ଜଗତରେ ଯେଉଁ ସବୁ ବୈପ୍ଲବିକ ପରିବର୍ତ୍ତନ ସଂଗଠିତ ହେଉଛି ତାର ସୁଦୂର ପ୍ରସାରି ପ୍ରଭାବ ଓ ପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ କାକତୀୟ ବିଶ୍ଵବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗର ପ୍ରାକ୍ତନ ଅବସର ପ୍ରାପ୍ତ ପ୍ରଫେସର ଜି.ଶ୍ରୀନିବାସ ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



