କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରୋଡ଼ ୩ ନମ୍ବର ଗୁଜୁରାଟୀ ମଣ୍ଡପ ଠାରେ ସ୍ଥାନୀୟ ୱାର୍ଡ ନଂ ୧୩ ରାଜେନ୍ଦ୍ର ନଗର ଦିବ୍ୟଜୀବନ ସଂଘ ପକ୍ଷରୁ ମାର୍ଗଶିର ମାସ ଏକାଦଶୀ ରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ସକାଳେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା ଆରମ୍ଭ ହୋଇଥିଲା। କର୍ତ୍ତା ଭାବେ ଗଣନାଥ ସାମଲ ଏବଂ ପୂଜକ ଭାବେ ଦିଲିପ ଖମାରୀ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ। ପରେ ଗୀତା ପାଠ ଆରମ୍ଭ ହୋଇ ଦୀର୍ଘ ୧୮ ଅଧ୍ୟାୟ ପଠନ ତିନି ଘଣ୍ଟା ଧରି ଚାଲିଥିଲା। ହୋମ ଯଜ୍ଞ ସମ୍ପନ୍ନ ହେବା ପରେ ପ୍ରସାଦ ସେବନରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ।
Popular Categories



