www.samajalive.in
Saturday, December 13, 2025
26.1 C
Bhubaneswar

ଆରବ ସାଗରରେ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ

ଡେସ୍କ: ଏକ ଇସ୍ରାଏଲ୍ ଅନୁବନ୍ଧିତ ମାଲବାହୀ ଜାହାଜ ଉପରେ ଆରବ ସାଗରରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ମାଲବାହୀ ଜାହାଜ କଣ୍ଟେନରରେ ଥିବା ରାସାୟନିକ ଦ୍ରବ୍ୟରେ ନିଆଁ ଲାଗିଯାଇଥିଲା। ତେବେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ ଜାହାଜର କୌଣସି କର୍ମଚାରୀଙ୍କ କିଛି କ୍ଷତି ହୋଇନଥିବା ଜଣାପଡିଛି। ଏହି ଘଟଣା ଭାରତର ଭେରାଭାଲର ୨୦୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଘଟିଛି।

ହଇଜା ପରିସ୍ଥିତି ନିୟନ୍ତ୍ରଣାଧୀନ, ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୯

- Advertisement -

ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନ ଥିବା ବେଳେ ୟେମେନର ଇରାନ ସମର୍ଥିତ ବିଦ୍ରୋହୀମାନଙ୍କ ଦ୍ୱାରା ଡ୍ରୋନ୍ କିମ୍ବା କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଜାହାଜ ଗୁଡିକ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା। ପେଣ୍ଟାଗନ୍ ଅନୁଯାୟୀ ହୁତି ବିଦ୍ରୋହୀମାନେ ୧୦୦ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ୩୫ରୁ ଅଧିକ ବିଭିନ୍ନ ଦେଶ ସହିତ ଜଡିତ ୧୦ଟି ମାଲବାହୀ ଜାହାଜକୁ ଟାର୍ଗେଟ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories