www.samajalive.in
Wednesday, December 10, 2025
16.1 C
Bhubaneswar

୧୯ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଉଦ୍‌ଘାଟିତ, ଯୋଗଦେଲେ ୨୪୮୦ ଜଣ ସ୍କାଉଟ ଓ ଗାଇଡ୍

ଡେସ୍କ: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡିସ୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ୧୯ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଆଜି ଉଦ୍‌ଘାଟିତ ହୋଇଛି। ଏଥିରେ ବିଭିନ୍ନ ଜିଲ୍ଲାରୁ ୨୪୮୦ ଜଣ ସ୍କାଉଟ ଓ ଗାଇଡ୍ ଯୋଗ ଦେଇଛନ୍ତି। ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଅତନୁ ସବ୍ୟସାଚୀ ନାୟକ ଉଦ୍‌ଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ସ୍କାଉଟ ଓ ଗାଇଡ୍ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଆସିଛି ବୋଲି କହିଥିଲେ।


ଏଥିରେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ପରିବହନ ମନ୍ତ୍ରୀ କୁନୀ ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳା କମିଶନର ଅଧ୍ୟକ୍ଷା ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଉପସଭାପତି ଡଃ. ମିନତୀ ବେହେରା, ଖୋର୍ଦ୍ଧା ଜିଲ୍ଲାପାଳ କେ, ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଜୋ ଦେଇଥିଲେ। ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ଵାରା ଆକର୍ଷଣୀୟ ସଂହତି ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

- Advertisement -

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories