www.samajalive.in
Saturday, December 13, 2025
26.1 C
Bhubaneswar

ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାଲେଖାଁଏ କ୍ଷତିପୂରଣ ପ୍ରଦାନ

କଟକ : ଯାଜପୁରରୋଡ଼ ରେଳଷ୍ଟେସନ ନିକଟରେ ଛିଡା େହାଇଥିବା ମାଲବାହୀ େରଳ ଗାଡ଼ି ତଳେ ଆଶ୍ରୟ େନଇଥିବା ଶ୍ରମିକଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟ ମାନବାଧିକାର ଆେୟାଗଙ୍କ ନିର୍ଦେଶକ୍ରମେ ଜିଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା େଲଖାଏ କ୍ଷତିପୂରଣ ପ୍ରଦାନ କରାଯାଇଛି।

ଜୁନ ୭ ତାରିଖରେ ଯାଜପୁର େରାଡ ରେଳଷ୍ଟେସନ ନିକଟରେ କିଛି ଶ୍ରମିକ କାମ କରୁଥିଲେ। ଅପରାହ୍ଣରେ ହଠାତ କାଳବୈଶାଖୀ ଆସିଥିଲା। ପବନ ଓ ବର୍ଷାରୁ ବଞ୍ଚିବା ଲାଗି ଶ୍ରମିକମାନେ ଦୀର୍ଘଦିନ ଧରି ଚୂନଭାଟି ସେଫ୍‌ଟି ଲାଇନରେ ଠିଆ ହୋଇଥିବା ମାଲବାହୀ େରଳଗାଡ଼ି ତଳେ ଆଶ୍ରୟ େନଇଥିଲେ। ପବନର ଅଧିକ ବେଗ ଥିବାରୁ ମାଲବାହୀ ଗାଡିଟି ଧାରଣାରେ ଗଡିବାକୁ ଲାଗିଥିଲା। େଟ୍ରନ ଚାଲିଲା ଭାବି ଆଶ୍ରୟ େନଇଥିବା ଶ୍ରମିକମାନେ ଜୀବନ ବିକଳରେ ବାହାରକୁ ବାହାରିବା ପାଇଁ େଚଷ୍ଟା କଲାବେଳେ ଘଟଣାସ୍ଥଳରେ େଟ୍ରନ ଚକାତଳେ କଟି ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅନ୍ୟ ୫ଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଆଉ ୩ଜଣଙ୍କୁ ଡାକ୍ତର ମୃତ େଘାଷଣା କରିଥିଲେ। ଅନ୍ୟ ଦୁଇ ଗୁରୁତରଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା। ମୃତକମାନେ େହଲେ େଦାଳଗୋବିନ୍ଦ ପ୍ରଧାନ, ପ୍ରଶାନ୍ତ କୁମାର େଜନା, ସୁଶାନ୍ତ େଜନା, ଭୀମସେନ େଜନା, ମାନସ ସାମଲ ଓ ଗୌତମ ସାମଲ। ଚିକିତ୍ସିତ େହଉଥିବା ଗୁରୁତର ଆହତଦ୍ବୟ େହଲେ ନବଘନ ବାରିକ ଓ ଅମର କୁମାର ସାହୁ। ଏହି ଦୁର୍ଘଟଣା ସମ୍ପର୍କରେ ସମାଜରେ ପ୍ରକାଶିତ ବିବରଣୀ ଆଧାରରେ ଡ. ମନୀଷା ଦାସ ପଟ୍ଟନାୟକ ଜାତୀୟ ମାନବାଧିକାର ଆେୟାଗରେ ଅଭିେଯାଗ କରିଥିଲେ।

- Advertisement -

ଆୟୋଗ ମାମଲାଟିକୁ ରାଜ୍ୟ ମାନବାଧିକାର ଆେୟାଗ (ଓଏଚଆରସି)ଙ୍କ ନିକଟକୁ ପଠାଇଥିଲେ। ଏ େନଇ ଓଏଚଆରସି ବିଭାଗୀୟ ଅଧିକାରୀଙ୍କୁ ରିେପାର୍ଟ ତଲବ କରିବା ସହ କାର୍ଯ୍ୟାନୁଷ୍ଠାନର ବିବରଣୀ ମାଗିଥିଲେ। ଯାଜପୁର ଜିଲାପାଳ ଦାଖଲ କରିଥିବା ବିବରଣୀରେ ମୃତ ୬ ଶ୍ରମିକଙ୍କ ପରିବାରକୁ ୫ଲକ୍ଷ ଟଙ୍କା େଲଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଥିବା େନଇ ଦର୍ଶାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୪ ଏପ୍ରିଲ ୮ରେ େହବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories