www.samajalive.in
Wednesday, December 10, 2025
23.1 C
Bhubaneswar

ଜଳିଗଲା ୭ ଏକର ଜମିର ଧାନ

କଲମପୁର: ତେନ୍ତୁଳିଖୁଣ୍ଟି ଗ୍ରାମରେ ଶୁକ୍ରବାର ଘଟିଛି ଅଘଟଣ। ନିଆଁ ଲାଗି ଖଳାରେ ଗଦା ହେଇଥିବା ୭ ଏକର ଜମିର ଧାନ ବିଡା ପୋଡି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ କଲମପୁର ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କଲା ବେଳକୁ ୮୦ ପ୍ରତିଶତ ଧାନ ପୋଡି ପାଉଁଶ ହୋଇ ସାରିଥିଲା।

ସୂଚନା ଅନୁସାରେ, କଲମପୁର ତହସିଲ ଅଧିନସ୍ଥ ତେନ୍ତୁଳିଖୁଣ୍ଟି ଗ୍ରାମର ଝଶକେତନ ଦୁର୍ଗା ଏବଂ ଫକୀର ଦୁର୍ଗା ଦୁଇ ଭାଇଙ୍କ ୭ ଏକର ଜମିର ଧାନକୁ ଅମଳ କରି ଏକ ଖଳାରେ ବିଡା ବନ୍ଧାହୋଇ ରଖାଯାଇଥିଲା। ଶୁକ୍ରବାର ଦିନ ୨ଟା ବେଳେ ଖଳାରେ କେହି ନ ଥିବା ବେଳେ ନିକଟସ୍ଥ ପାଳ ଗଦାରେ ଲାଗିଥିବା ନିଆଁ ଧାନ ବିଡା ଗଦାରେ ଲାଗିଯାଇଥିଲା। ଧାନ ବିଡା ପୋଡିଯାଉଥିବା ଦେଖି ଜଣେ ମହିଳା ପାଟି କରିଥିଲେ। ଗାଁ ଲୋକ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ। ତୁରନ୍ତ କଲମପୁର ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଅନିଲ କୁମାର ବାରିକଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସିଞ୍ଚନ କରି ନିଆଁକୁ ଆୟତ୍ତ କରିବା ବେଳେ ତାଙ୍କ ପାଣି ଟାଙ୍କିର ପାଣି ଶେଷ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ନିକଟସ୍ଥ ପୋଖରୀରୁ ପାଇପ ସଂଯୋଗ କରି ପାଣି ସିଞ୍ଚନ କରାଯିବା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହେଇଥିଲେ। କିନ୍ତୁ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କଲା ବେଳକୁ ୮୦ ପ୍ରତିଶତ ଧାନ ପୋଡ଼ି ସାରିଥିଲା। ଏହି ଧାନର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ। ଘଟଣା ସ୍ଥଳରେ ହାରାମଲା ରାଜସ୍ୱ ନିରୀକ୍ଷକ ସୁଭଦା ନାଏକ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ବେଳେ କୃଷି ବିଭାଗର କେହି ଅଧିକାରୀ ଅଥବା କର୍ମଚାରୀ ଘଟଣା ସ୍ଥଳଳରେ ପହଞ୍ଚି ନାହାନ୍ତି। ଅନ୍ୟପଟେ ଏକର ପ୍ରତି ୨୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରି ଅମଳ ଧାନରେ ନିଆଁ ଲାଗିଯିବା ଦ୍ୱାରା ଚାଷୀ ପରିବାର ଅସହାୟ ହୋଇ ପଡ଼ିଛନ୍ତି। ବିଭିନ୍ନ ବ୍ୟାଙ୍କ ସମେତ ମହାଜନୀ ଋଣ ନେଇ ଚାଷ କରିଥିଲେ। କିନ୍ତୁ ଅମଳ ଧାନ ନିଆଁ ଲାଗି ନଷ୍ଟ ହେବା ଯୋଗୁଁ ଏବେ ପରିବାର ପ୍ରତିପୋଷଣ ସମେତ ଋଣ ପରିଶୋଧ ନେଇ ଚିନ୍ତାରେ ଚାଷୀ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories