କଟକ : ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଚୟନ ଅନିୟମିତତା ମାମଲାରେ ଶୁକ୍ରବାର ହାଇକୋର୍ଟଙ୍କ ରାୟ ଆସିଛି। ମେଧା ତାଲିକା କାଏମ୍ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ। ୧୧୦୪ ଜଣଙ୍କ ଓପିଏସସି ମେଧା ତାଲିକା କାଏମ ରଖିଲେ ହାଇକୋର୍ଟ। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜଣକିଆ ଖଣ୍ଡପୀଠ ରାୟକୁ ଖାରଜ କଲେ ୨ ଜଣିଆ ଖଣ୍ଡପୀଠ। ଯେଉଁଠି ଚୟନ ପ୍ରକ୍ରିୟା ବନ୍ଦ ସେଠାରୁ ଚାଲୁ ରଖିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Popular Categories



