ଫୁଲବାଣୀ: ମଙ୍ଗଳବାର ବସରେ ଯାଉଥିବା ସମୟରେ କେରେଙ୍ଗେଲି ଛକ ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ ହେଲ୍ପରଙ୍କ ମୃତ୍ୟୁ ଘଟଣାରେ ପରିବାର ଓ ଗ୍ରାମ ବାସୀ ହେଲ୍ପରଙ୍କ ନିଜ ଗ୍ରାମ ନେଡିପଦର ଗାଁ ଫିରିଙ୍ଗିଆ ଗୋଛାପଡା ଯାଇଥିବା ରାସ୍ତାରେ କ୍ଷତିପୂରଣ ଦାବିରେ କାଠ ଗଣ୍ଡି, ଡାଳ ପକାଇ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଫିରିଙ୍ଗିଆରୁ ଗତକାଲି ବାଳନ୍ଦା ପଡା ଯାଉଥିବା ଶୁଭଲକ୍ଷ୍ମୀ ନାମକ ଯାତ୍ରୀବାହୀ ଘରୋଇ ବସ କେରେଙ୍ଗେଲି ଛକ ନିକଟରେ ଗାଡି ରଖି ଯାତ୍ରୀଙ୍କୁ ଓଲ୍ହାଇବା ସହ ଗାଡି ଉପରୁ କିଛି ସାମାନ କାଢି ସିଡିରୁ ଓଲ୍ହାଉଥିବା ବେଳେ ବିପଦପୂର୍ଣ୍ଣ ଭାବେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହେଲ୍ପର ବିଦ୍ୟୁତ ଆଘାତ ପାଇ ତଳେ ଗୁରୁତର ଅବସ୍ଥାରେ ପଡିଯାଇଥିଲେ। ପରେ ବସ କର୍ମଚାରୀଙ୍କ ଦ୍ୱାରା ଗୋଚ୍ଛାପଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ବସ ହେଲ୍ପରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତକଙ୍କ ପରିବାର ଓ ଅଞ୍ଚଳବାସୀ କ୍ଷତିପୂରଣ ଦାବିରେ ଏବଂ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ଫିରିଙ୍ଗିଆ ଠାରୁ ଗୋଚ୍ଛାପଡା ଯାଇଥିବା ନେଡିପଦର ରାସ୍ତା ଅବରୋଧ କରିଥିଲେ ତେବେ ଘଟଣାସ୍ଥଳରେ ଗୋଚ୍ଛାପଡା ଥାନା ଏସ ଆଇ ମନୋରଞ୍ଜନ ଭୋଇ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଶୁଭଲକ୍ଷ୍ମୀ ଗାଡି ମାଲିକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି କିଛି ଅର୍ଥ ଦେବା ପରେ ଦିନ ଚାରିଟା ସମୟରେ ରାସ୍ତା ଅବରୋଧ ହଟିଥିଲା।
Popular Categories



