www.samajalive.in
Friday, December 12, 2025
16.1 C
Bhubaneswar

ସମୁହ ଅସୁସ୍ଥ ହେଲେ ପାଇଲଟ:୧୪ଟି ଉଡ଼ାଣ ବାତିଲ

ମୁମ୍ବଇ: ଜେଟ ଏୟାରୱେଜର ଏକାଧିକ ପାଇଲଟ ଏକକାଳୀନ ଅସୁସ୍ଥ ହୋଇ ପଡ଼ିବାରୁ ୧୪ଟି ଉଡ଼ାଣକୁ ବାତିଲ କରିବାକୁ ପଡ଼ିଛି। ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବିମାନର ପାଇଲଟଙ୍କୁ କିଛି ମାସ ଧରି ଦରମା ମିଳୁ ନଥିଲା। ଏଥିରେ କ୍ଷୁବ୍ଧ ପାଇଲଟମାନେ ସମୁହ ଅସୁସ୍ଥ ହେବା ବାହାନାରେ ଛୁଟିରେ ପଳାଇଛନ୍ତି। ଜେଟ୍‍ ଏୟାରୱେଜରେ ଅର୍ଥାଭାବ ଦେଖାଦେଇଛି। ଏଥିପାଇଁ କମ୍ପାନୀ ବରିଷ୍ଠ ମ୍ୟାନେଜମେଣ୍ଟ, ପାଇଲଟ୍‍ ଓ ଇଞ୍ଜିନିୟରଙ୍କୁ ଅଗଷ୍ଟ ମାସର ଦରମା ଦେଇ ପାରି ନାହିଁ। ଏପରିକି ସେପ୍ଟେମ୍ବର ମାସର ଦରମା ପର୍ଯ୍ୟାୟକ୍ରମେ ପ୍ରଦାନ କରାଯାଉଛି। ସେହିପରି ଅକ୍ଟୋବର ଓ ନଭେମ୍ବରର ଦରମା ଅଦ୍ୟାବଧି ମିଳିନାହିଁ।
ପାଇଲଟଙ୍କ ଅସୁସ୍ଥତା ଯୋଗୁଁ ୧୪ଟି ଉଡ଼ାଣ ବାତିଲ କରିବାକୁ ପଡ଼ିଛି। ପାଇଲଟମାନେ ତାଙ୍କ ଦରମା ନମିଳୁଥିବାରୁ ଏଭଳି କରିଥିବା ଅଭିଯୋଗ ହୋଇଛି।
କିଛି ପାଇଲଟ୍‍ ଅଧ୍ୟକ୍ଷ ନରେଶ ଗୋୱେଲଙ୍କୁ ପତ୍ର ଲେଖି ପ୍ରାପ୍ୟର ଅନିୟମିତତା ହେତୁ ସେମାନେ କାମ କରି ପାରୁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ୧୪ଟି ଉଡ଼ାଣ ବାତିଲ ହେବାରୁ ଯାତ୍ରୀଙ୍କୁ କ୍ଷତିପୂରଣ ଅଥବା ଅନ୍ୟ ବିମାନ ଦ୍ୱାରା ଯାତ୍ରା କରିବାର ସୁଯୋଗ ପ୍ରଦାନ କରିବା ସମ୍ପର୍କିତ ଏସଏମଏସ କରାଯାଇଛି। ପ୍ରବନ୍ଧକ ଲଗାତର ପାଇଲଟ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଦରମା ସମେତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କିତ ଆଲୋଚନା ଅବ୍ୟାହତ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories