www.samajalive.in
Sunday, December 14, 2025
16.1 C
Bhubaneswar

ବୌଦ୍ଧରେ ପ୍ରଥମ ନେଚର ପାର୍କର ମଜା ନେଉଛନ୍ତି ପର୍ଯ୍ୟଟକ; ହେଲେ ରାସ୍ତା କରିଛି ନିରାଶ

ବୌଦ୍ଧ : ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରାଜିରେ ଭରପୁର। ଜିଲାରେ ପର୍ଯ୍ୟଟନ ଶିଳ୍ପର ଅନେକ ସମ୍ଭାବନା ରହିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ ଭାବରେ ଜିଲା ବନ ବିଭାଗ ପକ୍ଷରୁ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇ ଐତିହାସିକ ଡମ୍ବରୁଗଡ଼ଠାରେ ଜିଲାର ପ୍ରଥମ ନେଚର ପାର୍କ ନିର୍ମାଣ ସହିତ ୫ ଗୋଟି କଟେଜରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ରହଣି ବ୍ୟବସ୍ଥା ମଧ୍ୟ କରାଯାଇଛି। ପାହାଡ଼ ଉପରେ ପ୍ରାକୃତିକ ଶୋଭାରାଜି ସହିତ ୱାଚ ଟାୱାରରୁ ବନ୍ୟଜନ୍ତୁଙ୍କୁ ଦେଖିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଡମ୍ବରୁଗଡ଼ ପାହାଡ ପାଦଦେଶରେ ବୋହି ଯାଉଥିବା ଚିରସ୍ରୋତା ମହାନଦୀ ଏହି ପର୍ଯ୍ୟଟନ ସ୍ଥଳର ପରିବେଶକୁ ଅଧିକ ମନୋରମ କରିବା ସହିତ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ଡମ୍ବରୁଗଡ଼ର ସୂର୍ଯ୍ୟାସ୍ତ ଦୃଶ୍ୟ ସବୁଠାରୁ ମନୋରମ। ତେଣୁ ପର୍ଯ୍ୟଟକମାନେ ଏଠାରେ ରାତ୍ରିଯାପନ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଇଛି। ତେବେ ପ୍ରକୃତିର ସମ୍ଭାର ମଧ୍ୟରେ ଡମ୍ବରୁଗଡ଼ ତଥା ଜିଲାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଏହି ନେଚର ପାର୍କକୁ ଜାତୀୟ ରାଜପଥ ସାହାଜପାଲଠାରୁ ଯିବାକୁ ଥିବା ରାସ୍ତାକୁ ନେଇ ସମସ୍ତ ପର୍ଯ୍ୟଟକ ନିରାଶ ଭାବ ପ୍ରକଟ କରିବା ସହିତ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ମୁଖ୍ୟ ଜାତୀୟ ରାଜପଥରୁ ଗ୍ରାମ ଭିତର ଦେଇ ଯାଇଥିବା ୫ କିଲୋମିଟର ରାସ୍ତା ପ୍ରଶସ୍ତ ନଥିବାବେଳେ ଅନେକ ସ୍ଥାନରେ ରାସ୍ତାର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ। ଫଳରେ ଦୂର ଦୂରାନ୍ତରୁ ଗାଡି ନେଇ ଆସୁଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବା ସହିତ ସବୁବେଳେ ଦୁର୍ଘଟଣାର ଭୟ ମଧ୍ୟ ଲାଗିରହୁଛି। ଚନ୍ଦ୍ରରେ କଳଙ୍କ ଭଳି ଏହି ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ପାଇଁ ରାସ୍ତା ବଡ ସମସ୍ୟା ପାଲଟିଥିବା ପର୍ଯଟକମାନେ ମତପ୍ରକାଶ କରିଛନ୍ତି। ବୌଦ୍ଧ ତଥା ଆଖପାଖ ଅଞ୍ଚଳରୁ ପ୍ରତିଦିନ ବହୁ ସଂଖ୍ୟାରେ ପରିବାର ଡମ୍ବରୁଗଡ଼ ବୁଲିବାକୁ ଯାଉଥିବା ଜଣାଯାଇଛି। ତୁରନ୍ତ ପ୍ରଶସ୍ତ ରାସ୍ତା ନିର୍ମାଣ କରାଗଲେ ଏହି ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ମତପ୍ରକାଶ ପାଉଅଛି। ସେହିପରି ଏତେ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଜାତୀୟ ରାଜପଥ କଡରେ ସୂଚନା ଫଳକ ନଥିବାରୁ ଡମ୍ବରୁଗଡ଼କୁ ଯାଉଥିବା ଲୋକମାନେ ଅନ୍ୟ ରାସ୍ତାରେ ଚାଲିଯାଉଛନ୍ତି। ତେଣୁ କିଛି ପର୍ଯ୍ୟଟକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥ କଡରେ ଡମ୍ବରୁଗଡ଼ ନେଚର ପାର୍କ ସଂପର୍କରେ ସୂଚନା ଫଳକ ଲଗାଇବାକୁ ମତପ୍ରକାଶ କରିଛନ୍ତି। ତୁରନ୍ତ ଏ ଦିଗରେ ଜିଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାକୁ ସାଧାରଣରେ ମତପ୍ରକାଶ ପାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories