www.samajalive.in
Monday, December 8, 2025
13.1 C
Bhubaneswar

ସଞ୍ଜବତୀରେ ପୋଡ଼ି ହୋଇ ଦୁଇ ମହିଳା ଗୁରୁତର

ଖଣ୍ଡଗିରି, : ଗତ ଦୁଇ ଦିନ ଭିତରେ ପୃଥକ ସ୍ଥାନରେ ସଞ୍ଜବତୀରେ ପୋଡ଼ି ହୋଇ ଦୁଇ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ହେଲେ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଯାଁଳା ପଞ୍ଚାୟତ ରାଧାଚରଣପୁର ଗ୍ରାମର ରାଜଶ୍ରୀ ବେହେରା (୨୩) ଓ ସଚଳ ସାମନ୍ତରାୟ (୭୩)। ସଞ୍ଜ ଦେବା ସମୟରେ ଲୁଗାରେ ନିଆଁ ଲାଗି ଯାଇଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ଧନୁ ସଂକ୍ରାନ୍ତି ଥିଲା। ରାଜଶ୍ରୀ ଚଉଁରା ପାଖରେ ସଞ୍ଜ ଦେଇ ମୁଣ୍ଡିଆ ମାରିବା ସମୟରେ ତାଙ୍କ ଲୁଗା କାନିରେ ନିଆଁ ଲାଗି ଯାଇଥିଲା। ପ୍ରାୟ ୫୦ ପ୍ରତିଶତ ସେ ପୋଡ଼ି ଯାଇଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକ ଆସି ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ସେହିଭଳି ରବିବାର ବୃଦ୍ଧା ସଚଳ ଠାକୁର ଘରେ ସନ୍ଧ୍ୟା ଆଳତୀ କରୁଥିଲେ। ତାଙ୍କ ଲୁଗାରେ ଦୀପ ନିଆଁ ଲାଗି ଯାଇଥିଲା। ଏହି ନିଆଁରେ ସଚଳା ପୋଡି ହୋଇ ଗୁରୁତର ହୋଇ ଥିଲେ। ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ପୋଡ଼ି ଯାଇଥିବା ବେଳେ ଅନେକ ସ୍ଥାନରେ ଫୋଟକା ହୋଇଯାଇଥିଲା। ଉଭୟ ମହିଳା ଏବେ ଚିକିତ୍ସାଧୀନ ଅଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories