www.samajalive.in
Monday, December 8, 2025
20.1 C
Bhubaneswar

ଆଜିର ରାଶିଫଳ- କର୍ମର ପ୍ରଭାବ ଏହିରାଶିର ବ୍ୟକ୍ତିଙ୍କୁ ଭାଗ୍ୟବାନ୍‌ କରାଇପାରେ

ମେଷ-ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ଅନୁଦାନ ପ୍ରାପ୍ତ ହେବେ। ହାରିଲେ ମ୍ରିୟମାଣ ହେବେନି କି ଜିତିଲେ ଉତ୍‌ଫୁଲ୍ଲିତ ହେବେ ନାହିଁ।

ବୃଷ- ନିଜର ଜ୍ଞାନାଲୋକରେ ପରିବାରର ଦୁଃଖ ରୂପୀ ଅମା ଅନ୍ଧକାରକୁ ଆଲୋକିତ କରିବେ। ସରକାରୀ ଅର୍ଥ ପାଇ ଦୟାଧର୍ମରେ ଦୀକ୍ଷିତ ହୋଇ ଦୁଃଖୀରଙ୍କୀଙ୍କର ପୃଷ୍ଠପୋଷକ ହେବେ। କର୍ମଚଞ୍ଚଳ ରହିବେ।

- Advertisement -

ମିଥୁନ-କର୍ମର ପ୍ରଭାବ ଆପଣଙ୍କୁ ଭାଗ୍ୟବାନ୍‌ କରାଇପାରେ। ସୌଭାଗ୍ୟବତୀ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ସୁଖ, ଶାନ୍ତିରେ ରହିବେ।

କର୍କଟ- ଆକସ୍ମିକଭାବେ ସାମ୍ନାକୁ ଆସୁଥିବା ବିପଦକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ତଥାପି ସତର୍କତା ଆବଶ୍ୟକ ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସମ୍ଭବ।

ସିଂହ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଦାୟକ ହେବ। ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ନ ହେବା ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ଅଛି। ସେବା ମନୋଭାବର ହୋଇପାରନ୍ତି।

 କନ୍ୟା- ଶତ୍ରୁମାନେ ଆପଣଙ୍କୁ ଠିକ୍‌ଭାବେ ବୁଝି ପାରି ଶତ୍ରୁତାରୁ ଓହରି ଯାଇପାରନ୍ତି। ଭ୍ରାତୃତ୍ବର ନୀବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି। ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ତପସ୍ବୀ ହେବେ।

ତୁଳା- ଅଧ୍ୟୟନରତ ହୋଇ ଜ୍ଞାନ ସିନ୍ଧୁ ପାଲ୍‌ଟି ଯାଇପାରନ୍ତି। ଧନ ଲକ୍ଷ୍ମୀ ବରଦାୟିକା ଅଟନ୍ତି। ଆଶାକୁ ଜୀବନର ଆଧାର କରିପାରନ୍ତି। ସମାଜସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

ବିଚ୍ଛା- ଉତ୍ତମ ବ୍ୟବହାର, ପରମ ଶୁଦ୍ଧ, ରୀତିନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନ ଆପଣଙ୍କୁ ସଂସ୍କୃତି ସମ୍ପନ୍ନ କରିପାରେ। ବାସସ୍ଥଳୀର ନିର୍ମାଣ ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ମିଳିବ।

ଧନୁ- ପ୍ରତ୍ୟେକ କାର୍ଯ୍ୟରେ ଗୃହଲକ୍ଷ୍ମୀ ଆପଣଙ୍କ ପ୍ରେରଣାର ଉତ୍ସ ହୋଇପାରନ୍ତି। ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିବେ। କର୍ମ ନିପୁଣତା ଆର୍ଥିକ ସ୍ଥିତକୁ ସୁଦୃଢ଼ କରିବ। ସୁସ୍ଥ ରହିବେ।

ମକର- ତ୍ୟାଗପୂତ ମନୋବୃତ୍ତିର ହେବେ; ଯେହେତୁ ତ୍ୟାଗ, ଜୀବନ ଶୋଧନର ରାଜମାର୍ଗ। ଚିତ୍ରବାନ୍‌ ବ୍ୟକ୍ତିଭାବେ ମାନବିକତାର ପ୍ରତୀକ ହୋଇପାରନ୍ତି। ଧନାଗମ ହେବ। ସହିଷ୍ଣୁ ଓ ସତ୍‌ ଚରିତ୍ର ହେବେ।

କୁମ୍ଭ- ସଂଷର୍ଘମୟ ଜୀବନରେ କଷ୍ଟ ସହ୍ୟ କରି ଈଶ୍ବରାଭିମୁଖୀ ହେବେ। ଉତ୍ତମ ସ୍ବାସ୍ଥ୍ୟ ଲାଗି ଆହାର ସୁଦ୍ଧାର ହେବା ଉଚିତ। ସତ୍ୟ, ଅହିଂସା ଓ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବନ୍ଧୁମିଳନ ଘଟିବ।

ମୀନ- ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହେବେ ଓ ସିଦ୍ଧି ପ୍ରାପ୍ତ ହେବେ। ମନରେ ଲଗାମ ଦେଇ ସମର୍ପିତ ଜୀବନ ଯାପନ କରିବେ। ଆପଣଙ୍କ ସୃଜନଶୀଳତା ଅନ୍ୟମାନଙ୍କୁ ଦିଗ୍‌ଦର୍ଶନ ଦେବ। ଖର୍ଚ୍ଚାନ୍ତ ହେବେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories