www.samajalive.in
Saturday, December 13, 2025
26.1 C
Bhubaneswar

ନେଉଳପୁର ଜ୍ବାଇଁ – ଆତଙ୍କବାଦୀ ପ୍ରେମରେ ଉଚ୍ଚଶିକ୍ଷିତା ଯୁବତୀ

ଡେସ୍କ: ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ଈଶାନ୍‌ ବୁଖାରୀ ଫେସ୍‌ବୁକ୍‌ ଜରିଆରେ ସେଠାକାର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଜଣାପଡିଛି। ସମ୍ପୃକ୍ତ ଯୁବତୀ ହେଉଛନ୍ତି ସ୍ଥାନୀୟ ମିଲତନଗରର ସେକ୍‌ କବିରୁଦ୍ଦିନ୍‌ଙ୍କ ଝିଅ ଶେହନାଜ୍‌ ପରୱିନ୍‌ (୩୦)। ସେ ସ୍ଥାନୀୟ ସେଣ୍ଟ୍‌ ଜାଭିଅର୍ସ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୬ରେ ଈଶାନ୍‌ ତାଙ୍କ ସହ ଫେସ୍‌ବୁକ୍‌ରେ ଚାଟିଂ କରିବା ସହ ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଥିଲା। ସେ ପରୱିନ୍‌ଙ୍କୁ ବିବାହ କରିବା ପରେ ନେଉଳପୁରର ଜୋଇଁ ହୋଇଯାଇଥିଲା। ସେମାନଙ୍କର ଗୋଟିଏ ୬ ବର୍ଷର ଝିଅ ମଧ୍ୟ ଅଛି। ଈଶାନ୍‌ ଅଧିକାଂଶ ସମୟ କାଶ୍ମୀରରେ ରହୁଥିବାରୁ ବର୍ଷକୁ ଦୁଇ ଥର ନେଉଳପୁର ଆସି ପରୱିନ୍‌ଙ୍କ ସହ କିଛି ଦିନ ରହି ଫେରିଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। କିନ୍ତୁ ପରୱିନ୍‌ଙ୍କ ପରି ଜଣେ କିପରି ଜଣେ ଆତଙ୍କବାଦୀ ପ୍ରେମରେ ଫସିଲେ, ତା’ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories