www.samajalive.in
Sunday, December 7, 2025
23.1 C
Bhubaneswar

ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କୀ ; ନିଜକୁ କହୁଥିଲା ପିଏମଓ ଅଧିକାରୀ, ଡାକ୍ତର

ଭୁବନେଶ୍ୱର : ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କୀ। କ୍ରାଇମବ୍ରାଞ୍ଚ ଏସଟିଏଫ କବ୍‌‌ଜାରେ ଶନିବାର ଧରା ପଡିଛି କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ। ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ ଗିରଫ କରିଛି। ଠକେଇ ଓ ଦେଶ ବିରୋଧୀ ତତ୍ତ୍ୱ ସହ ଲିଙ୍କ୍‌‌ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଠାରୁ ଶହେରୁ ଅଧିକ ଡକ୍ୟୁମେଣ୍ଟ ଜବତ କରାଯାଇଛି। ନିଜକୁ ପିଏମଓ ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ନିକଟତମ, ଡ଼ାକ୍ତର ବୋଲି କହିଥିଲା ଅଭିଯୁକ୍ତ। ଏହାସହ ୬ ରୁ ୭ ଯୁବତୀଙ୍କୁ ବିବାହ କରିଥିବା ନେଇ ମଧ୍ୟ ସୂଚନା ମିଳିଛି। କାଶ୍ମୀର,ୟୁପି, ମହାରାଷ୍ଟ୍ର ଓ ଓଡିଶାର ଯୁବତୀଙ୍କୁ ବିବାହ କରିଥିଲା। ବିଭିନ୍ନ ୱେବସାଇଟ୍‌‌ ଓ ଆପ୍‌‌ରେ ମଧ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲା। କେରଳର କିଛି ସନ୍ଦୀଗ୍ଧ ଓ ପାକିସ୍ତାନୀଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲା। ଏହାସହ ଠକେଇ ମାମଲାରେ କାଶ୍ମୀର ପୁଲିସର ୱାଣ୍ଟେଡ୍‌‌ ତାଲିକାରେ ଥିଲା। ସନ୍ଦିଗ୍ଧ ଯୁବକ ନିକଟରୁ ବହୁ ପରିମାଣର ଜାଲ୍‌‌ ଡକ୍ୟୁମେଣ୍ଟ ଜବତ କରାଯାଇଛି। ଏହାସହ ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍‌‌, ଆଫିଡେଭିଟ୍‌‌ ଓ ପରିଚୟ ପତ୍ର ମଧ୍ୟ ଜବତ ହୋଇଛି।
ଏସଟିଏଫ ଦ୍ୱାରା ଗିରଫ ଯୁବକଙ୍କୁ ନେଇ କ୍ରାଇମବ୍ରାଞ୍ଚ ଆଇଜି ଶନିବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗିରଫ ବୁଖାରୀର ଆତଙ୍କୀ ଲିଙ୍କ୍‌‌ ନେଇ ଯାଞ୍ଚ ଚାଲିଛି ବୋଲି ଆଇଜି କହିଛନ୍ତି। ୭ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories