www.samajalive.in
Saturday, December 6, 2025
23.1 C
Bhubaneswar

ନବବର୍ଷରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ : ଚମକିବ ଭାଗ୍ୟ, ପର୍ସରେ ରହିବ ଟଙ୍କା..

ନବବର୍ଷ ୨୦୨୪ ଆସିବାକୁ ଅଳ୍ପ ଦିନ ବାକି ରହିଛି। ସଭିଏଁ ଇଚ୍ଛା କରି ଥାଆନ୍ତି ନବବର୍ଷ ସେମାନଙ୍କ ପାଇଁ ସୁଖମୟ ହେଉ। ଏଥିପାଇଁ ଲୋକେ ନୂଆ ବର୍ଷରେ ଅନେକ ଜିନିଷ ଘରକୁ ଆଣି ଥାଆନ୍ତି। ଯାହା ଅନେକ ଶୁଭଫଳ ପ୍ରଦାନ କରିଥାଏ। ତେବେ ନବବର୍ଷ ସୁଖସମୃଦ୍ଧି ଓ ଶୁଭମୟ ହେବା ପାଇଁ କିଛି ସହଜ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ବାସ୍ତୁ ଅନୁଯାୟୀ ଏହି ଉପାୟ ଦ୍ୱାରା ଟଙ୍କାର ଅଭାବ ଦୂର ହେବା ସହ ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।
ବାସ୍ତୁ ଅନୁଯାୟୀ,ତୁଳସୀ ବୃକ୍ଷ ଖୁବ୍‌‌ ଶୁଭ। ନୂଆବର୍ଷରେ ଘରକୁ ତୁଳସୀ ବୃକ୍ଷ ନିଶ୍ଚୟ ଆଣନ୍ତୁ। ଏହାଦ୍ୱାରା ଜୀବନ ସୁଖମୟ ହେବ। ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ।
ମୟୁରପୁଚ୍ଛ ଭଗବାନ ଶ୍ରୀକୃଷ୍ଣଙ୍କୁ ଖୁବ୍‌‌ ପ୍ରିୟ। ମାନ୍ୟତା ଅନୁଯାୟୀ,ଯେଉଁ ଘରେ ମୟୁରପୁଚ୍ଛ ଥାଏ, ସେଠାରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ତେଣୁ ଘରକୁ ମୟୁରପୁଚ୍ଛ ନିଶ୍ଚୟ ଆଣନ୍ତୁ।
ସେହିପରି ନୂଆବର୍ଷରେ ଘରକୁ ଚାନ୍ଦି କଇଁଛ ନିଶ୍ଚୟ ଆଣନ୍ତୁ। ନୂଆବର୍ଷରେ ଏହାକୁ ଘରକୁ ଆଣିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ଶଙ୍ଖ ଖୁବ୍‌‌ ପବିତ୍ର ଓ ପୂଜନୀୟ। ଘରେ ଶଙ୍ଖ ରଖିବା ଦ୍ୱାରା ଘରେ ସୁଖସମୃଦ୍ଧିର ଆଗମନ ହୋଇଥାଏ। ବାସ୍ତୁ ଅନୁଯାୟୀ ଘରକୁ ଶଙ୍ଖ ଆଣିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।
ବାସ୍ତୁ ଅନୁଯାୟୀ ନବବର୍ଷରେ ଘରକୁ ଲାଫିଙ୍ଗ ବୁଦ୍ଧ ଆଣିପାରିବେ। ଏହା ଦ୍ୱାରା ଘରକୁ ଖୁସିର ଆଗମନ ହେବା ସହ ଘରେ ସର୍ବଦା ହସଖୁସିର ବାତାବରଣ ରହିଥାଏ। ଏହାକୁ ଘରର ବୈଠକ ଘରେ (ଡ୍ରଇଂ) ରୁମ୍‌‌ରେ ରଖନ୍ତୁ। ଏହାକୁ ସଠିକ୍‌‌ ଦିଗରେ ରଖିବା ଦ୍ୱାରା ଘରେ ଆଦୌ ଟଙ୍କାର ଅଭାବ ହୋଇନଥାଏ।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories