www.samajalive.in
Sunday, December 14, 2025
15.1 C
Bhubaneswar

ଚାଷ ଜମି ଉପରେ ଠିକାସଂସ୍ଥା କ୍ୟାମ୍ପ ; ନିୟମ ଫାଙ୍କୁଛି କମ୍ପାନୀ

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ବୀରନରସିଂହପୁର ଆର.ଆଇ.ସର୍କଲର କେଳାକଟାଠାରେ ଏକ ବେସରକାରୀ ଠିକାସଂସ୍ଥା କମ୍ପାନୀ ଚାଷଜମି ଉପରେ କ୍ୟାମ୍ପ କରି ନିୟମ ଫାଙ୍କୁଥିବା ଦେଖିବାକୁ ମିଳିଛି। ଏହା ସତ୍ୱେ ରାଜସ୍ୱ ବିଭାଗ ଠିକାସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ହାତଉପରେ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ ଏହି ତହସିଲ ଅର୍ନ୍ତଗତ ବୀରନରସିଂହପୁର ଆର.ଆଇ.ସର୍କଲର କେଳାକଟାଠାରେ ଏକ ବେସରକାରୀ ଠିକାସଂସ୍ଥାର କ୍ୟାମ୍ପ ରହିଛି। ୪ ରୁ ୫ ଏକର ପରିମିତ ଚାଷ ଜମିରେ କମ୍ପାନୀ କତୃପକ୍ଷ କ୍ୟାମ୍ପ କରି ସେଠାରେ ଲୁହାଛଡ, ପଥର, ବଜୁରୀ , ଗାଡି ମଟର ରଖି ଅଣକୃଷିଭିତିକ କାର୍ଯ୍ୟରେ ଜମିକୁ ବ୍ୟବହାର କରି ରାଜସ୍ୱ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି।
ମାତ୍ର ଏ ନେଇ ହରଭଙ୍ଗା ତହସିଲ ପକ୍ଷରୁ ଚାଷଜମିକୁ କନଭରସେସନ କରିବା ପାଇଁ ବାରମ୍ବାର ନୋଟିସ୍ ସତ୍ୱେ କମ୍ପାନୀ କତୃପକ୍ଷ ଏହାକୁ ଅଣଦେଖା କରୁଥିବା ଦେଖାଯାଇଛି।
ଦିନବେଳେ କମ୍ପାନୀ କତୃପକ୍ଷ ରାଜସ୍ୱ ବିଭାଗ ଆଖିରେ ଆଙ୍ଗୁଠି ଗେଞ୍ଜି  ଦୁଇ ବର୍ଷ ହେଲା ଅନାୟଶରେ ରାଜସ୍ୱ ଫାଙ୍କି ଚାଷ ଜମିକୁ ଅଣକୃଷିଭିତିକ କାର୍ଯ୍ୟରେ ବ୍ୟବହାର କରି ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏହା ସତ୍ୱେ ଏଯାବତ୍ ତହସିଲ କତୃପକ୍ଷଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କ ନୀରବତା କମ୍ପାନୀକୁ ସୁହାଉଛି।କମ୍ପାନୀ ବ୍ୟବହାର କରୁଥିବା ଚାଷଜମିକୁ ବେନିୟମଭାବେ ଅଣକୃଷିଭିତିକ କାର୍ଯ୍ୟରେ ବ୍ୟବହାର କରୁଥିବା କମ୍ପାନୀ ଉପରେ ଏ ଯାବତ୍ କୌଣସି ଫାଇନ କିମ୍ବା ଭଡା ଅର୍ଥ ଅସୁଲ କରାଯାଇନଥିବା ବେଳେ କମ୍ପାନୀ ପକ୍ଷରୁ କମ୍ ପରିମାଣର ଜମିକୁ କନଭରସେସନ ପାଇଁ ତହସିଲରେ ଆବେଦନ କରିଥିବା ଜଣାପଡିଛି। ବିନା କନଭରସେସନରେ କମ୍ପାନୀ ଦୀର୍ଘ ମାସ ଧରି ଚାଷଜମିକୁ ଅଣକୃଷିଭିତିକ କାର୍ଯ୍ୟରେ ବ୍ୟବହାର କରି ମାଲେ ମାଲ ହେବାକୁ ସକ୍ଷମ ହେଉଛି। ଅନ୍ୟପଟେ ତହସିଲ ପକ୍ଷରୁ ଏ ନେଇ କମ୍ପାନୀ କତୃପକ୍ଷକୁ ଦୁଇ ଦୁଇ ଥର ନୋଟିସ ପରେ ଫଳଶୂନ ରହିଛି। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଥିବା ସମ୍ପୃକ୍ତ ଠିକାସଂସ୍ଥା କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତହସିଲ କତୃପକ୍ଷ ନିଜ ଆଡୁ ଉଛେଦ କାର୍ଯ୍ୟ ହାତକୁ ନେବାକୁ ସାଧାରଣରେ ଦାବୀ ଉଠୁଛି। ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠୁଛି। ଏ ସର୍ମ୍ପକରେ ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁରଙ୍କୁ ପଚାରିବାରୁ ସେ କହିଲେ ତହସିଲଦାରଙ୍କ ସହିତ ମୁଁ କଥା ହୋଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବି ବୋଲି କହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories