www.samajalive.in
Wednesday, December 10, 2025
23.1 C
Bhubaneswar

ଦୁର୍ଦ୍ଦାନ୍ତ ଅପରାଧି ଟିନା ଓ ଦୁଇ ସହଯୋଗୀ ଗିରଫ, ବନ୍ଧୁକ ଜବତ

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇବା ଓ ଗାଡି ଉପରକୁ ବୋମା ପକାଇବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସେକ୍‌‌ ଅବଦୁଲ ଅଜିମ୍‌‌ (ଟିନା) ଓ ତାର ୨ ସହଯୋଗୀଙ୍କୁ ଗିରଫ କରାଯାଇ ହାଜତ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ବନ୍ଧୁକ ସହିତ ଜୀବନ୍ତ ଗୁଳି, ଏକ ବୋମା ଓ ବ୍ୟବହୃତ କାରକୁ ପୋଲିସ ଜବତ କରିଛି। ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନିର୍ଦ୍ଦେଶକ୍ରମେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଉପନିରୀକ୍ଷକ ଡଃ ବିକାଶ ଚନ୍ଦ୍ର ସେଠୀ ଫୋର୍ସମାନଙ୍କ ସହିତ ବିଳମ୍ବିତ ରାତିରେ ୫୫ ନଂ ଜାତୀୟ ରାଜପଥର ଅଡାଳ ନିକଟରେ ରାତ୍ରିକାଳୀନ କର୍ତ୍ତବ୍ୟ ସଂପାଦନ କରୁଥିଲେ। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଢେଙ୍କାନାଳ ପାର୍ଶ୍ବରୁ ଏକ କାରରେ କିଛି ଯୁବକ ଯୋଜନାବଦ୍ଧ ଭାବରେ ଡକାୟତ କରିବା ପାଇଁ ଆସୁଛନ୍ତି। ତେଣୁ ଉପନିରୀକ୍ଷକ ଶ୍ରୀ ସେଠୀ ଓ ଫୋର୍ସମାନେ ଥାନା ଗାଡିକୁ ରାସ୍ତା ଉପରେ ରଖି ଦେଇଥିଲେ। ଏହାକୁ ଦେଖିପାରି ଅଭିଯୁକ୍ତମାନେ ୫୫ ନଂ ଜାତୀୟ ରାଜପଥ ଉପରେ ନଆସି ଜଙ୍ଗଲ ରାସ୍ତା ଦେଇ ମହାଲକ୍ଷ୍ମୀପୁର ପାର୍ଶ୍ବକୁ ପଳାଇଥିଲେ। ଖୁଣ୍ଟୁଣୀ ପୋଲିସ ଗାଡି ଅଭିଯୁକ୍ତଙ୍କ କାର ପିଛା କରି ପୁନର୍ବାର ସେମାନଙ୍କ ବାଟ ଓଗାଳିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମୁଖ୍ୟ ଅଭିଯୁକ୍ତ ସେକ୍‌‌ ଅବଦୁଲ ଅଜିମ୍‌‌ (ଟିନା) ଓ ତାର ସହଯୋଗୀମାନେ ପୁଲିସ ଉପରକୁ ୧ ରାଉଣ୍ଡ ଗୁଳି ଚଳାଇବା ସହିତ ଗୋଟିଏ ବୋମା ଫିଙ୍ଗିଥିଲେ। ହେଲେ ସୌଭାଗ୍ୟକୁ ଅଳ୍ପକେ ପୁଲିସ ବଞ୍ôଚଯାଇଥିଲେ। ଭୟରେ ଅଭିଯୁକ୍ତ ତ୍ରୟ ଜଙ୍ଗଲକୁ ଦୌଡି ପଳାଉଥିବା ବେଳେ ଉପନିରୀକ୍ଷକ ଶ୍ରୀ ସେଠୀ ଓ ଫୋର୍ସମାନେ ସେମାନଙ୍କୁ କାବୁ କରି ଗିରଫ କରିଥିଲେ। ମୁଖ୍ୟ ଅଭିଯୁକ୍ତ ସେକ୍‌‌ ଅବଦୁଲ ଅଜିମ୍‌‌ (ଟିନା)ର ଘର ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ହୋଇଥିବା ବେଳେ ତା ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଅଛି। ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଦିଲିପ ପାଣୀଗ୍ରାହୀ ମୟୁରଭଞ୍ଚ ଜିଲ୍ଲାର କରଞ୍ଚିଆ ଥାନା ଅଧିନ ମୁର୍ଗାପାଟ ଗାଁର ଓ ଗାଡିଚାଳକ ସୁମନ୍ତ କୁମାର ଶିଖର କେନ୍ଦୁଝର ଜିଲ୍ଲା ସରସିଂଗା ଗାଁରେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories