www.samajalive.in
Wednesday, December 10, 2025
14.1 C
Bhubaneswar

ଐତିହାସିକ କଟକ ବାଲିଯାତ୍ରା ଉଦ୍‍ଯାପିତ

ଶେଷଦିନରେ ୩ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ

କଟକ : ଦୀର୍ଘ ୧୦ଦିନ ଧରି ଚାଲିଥିବା କଟକର ଐତିହାସିକ ବାଲିଯାତ୍ରା ରବିବାର ଉଦ୍‍ଯାପିତ ହୋଇଯାଇଛି। ବାଲିଯାତ୍ରା ସହିତ ୨ମାସ ଧରି କଟକ ସହରରେ ଲାଗି ରହିଥିବା ପାର୍ବଣର ପରିସମାପ୍ତି ଘଟିଛି। ଆଜି ବାଲିଯାତ୍ରାର ଶେଷଦିନରେ ୨ଟି ଯାତ୍ରାପଡିଆରେ ଅପରାହ୍ଣରୁ ଗହଳି ଲାଗିଯାଇଥିଲା। ଶେଷଦିନରେ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ଘଟିଥିବା ପ୍ରଶାସନ ପକ୍ଷରୁ ଆନୁମାନିକ ସୂଚନା ଦିଆଯାଇଛି। ଅନ୍ୟ ଦିନମାନଙ୍କରେ ଉତ୍ସାହଜନକ ବ୍ୟବସାୟ ହୋଇନଥିବାବେଳେ ବାଲିଯାତ୍ରାରେ ଷ୍ଟଲ ଖୋଲିଥିବା ବ୍ୟବସାୟୀମାନେ ଗତକାଲି ଓ ଆଜି ଶେଷ ଦିନରେ ଭଲ ବ୍ୟବସାୟ କରିଛନ୍ତି। ଏଥର ମଧ୍ୟ ଓରମାସ ପକ୍ଷରୁ ଖୋଲାଯାଇଥିବା ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ରେକର୍ଡ ଟଙ୍କାର ବ୍ୟବସାୟ ହୋଇଛି। ଆଜି ଶେଷ ଦିନରେ ପ୍ରାୟ ୩କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସର ଉପିନର୍ଦେଶକ ବିପିନ ବିହାରୀ ରାଉତ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରଶାସନ ପକ୍ଷରୁ ମୋଟ ୧୩୫୦ଟି ଷ୍ଟଲ ନିର୍ମାଣ କରାଯାଇଥିଲା। ମୋଟ ୩୭ଏକର ଜମିରେ ହେଉଥିବା ଏହି ବାଲିଯାତ୍ରାରୁ ଜିଲା ପ୍ରଶାସନ ୬୦ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିବାର ଲକ୍ଷ୍ୟ ରଖଥିଲା। ୧୨ଏକର ଜାଗାରେ ଓରମାସ ପକ୍ଷରୁ ୩୮୩ଟି ଷ୍ଟଲ ନିର୍ମାଣ କରାଯାଇଥିଲା। ବାଲିଯାତ୍ରାକୁ ପଲିଥିନ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅନେକାଂଶରେ ସଫଳ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories