www.samajalive.in
Saturday, December 6, 2025
19.1 C
Bhubaneswar

ଜିଲ୍ଲା ସ୍ତରୀୟ ବୈଜ୍ଞାନିକ ମେଳା

ଟିଟିଲାଗଡ଼ : ସ୍ଥାନୀୟ ବାଳକ ହାଇସ୍କୁଲ ପରିସରରେ ଦ୍ବିଦିବସୀୟ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ବୈଜ୍ଞାନିକ ମେଳା ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ତଥା କାର୍ଯ୍ୟକ୍ରମର ସଭାପତି ଧ୍ରୁବ ଚରଣ ବେହେରା ତତ୍ୱାବଧାନରେ ଅନୁଷ୍ଠିତ ମେଳାରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ମେଳାରେ ଜୀବନ ଧାରଣ ନେଇ ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା ସନ୍ଦର୍ଭ ନେଇ ଜିଲ୍ଲାର ବିଭିନ୍ନ ୧୪ ଗୋଟି ବ୍ଲକରୁ ମୋଟ ୬୮ଟି ପ୍ରକଳ୍ପ ସ୍ଥାନ ପାଇଛି।
ଏନେଇ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀମତୀ ସାହୁ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା କହିଛନ୍ତି। ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ କେଶବ ମେହେର, ବ୍ଲକ ଅଧିକାରୀ ଟିଟିଲାଗଡ଼ ଆର୍ତ୍ତତ୍ରାଣ ରଥ, ବଙ୍ଗୋମୁଣ୍ଡା ବୈକୁଣ୍ଠ ନାଥ ଶବର, ରାଜେଶ ମିଶ୍ର, ମେଳାର କାର୍ଯ୍ୟକାରୀ ସମ୍ପାଦକ ପ୍ରବୀର ପଣ୍ଡା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାଜେଶ ମିଶ୍ର, ବାଳକ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରବୀର ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଗୁଡ଼ଭେଲା ରୁଷିଆ ମେହେର, ବେଲପଡା ଅଭିନଵ ମିଶ୍ର, ଦେଓଗାଁ ମମତା ମହାଡ଼ିକ ପ୍ରମୁଖ ଉପସ୍ଥିତ ଥିଲେ। ବିକେପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ସଭା ପରିଚାଳନା ତଥା ଶିକ୍ଷୟିତ୍ରୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories