www.samajalive.in
Saturday, December 13, 2025
21.1 C
Bhubaneswar

ସତିଗୁଡ଼ା ଜଳଭଣ୍ଡାରରେ ନୌକାଚାଳନା ପ୍ରତିଯୋଗିତା, ଭାଗ ନେଲେ ୧୦ଟି ଗାଁର ୪୦ ଜଣ ଆଦିବାସୀ

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ଆଦିବାସି ବହୁଳ ମାଲକାନଗିରି ଜିଲ୍ଲାର ଲୋକପର୍ବ ହୋଇଥିବା ବେଳେ ଏହି ମହୋତ୍ସବକୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଖୁବ ଧୁମ ଧାମରେ ଆୟୋଜନ କରିଥାଏ । ବିଶେଷ କରି ଜିଲ୍ଲାର କଳା ସଂସ୍କୃତି ସହ କଳାକାର ଓ ଖେଳକୁ ଲୋକ ଲୋଚନକୁ ଆଣିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।ଏହି ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ସତିଗୁଡା ଜଳ ଭଣ୍ଡାରରେ ଆଜି ଆୟୋଜିତ ହୋଇଥିଲା ନୌକା ଚାଳନା ପ୍ରତିଯୋଗିତା । ଏଥିରେ ୧୦ ଟି ଗାଁର ୪୦ ଜଣ ଆଦିବାସୀ ଧିବିର ଭାଗ ନେଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଅତିରିକ୍ତ ଜିଲାପାଳ ବେଦବାର ପ୍ରଧାନ ଯୋଗ ଦେଇଥିଲେ । ସେହିପରି ଅନ୍ୟ ସମ୍ମାନିତ ଅତିଥି ଭାବେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି, ଅତିରିକ୍ତ ଏସପି ତପନ ନାରାୟଣ ରଥ, ମାଥିଲି ତହସିଲଦାର ଚନ୍ଦନ କୁମାର ଭୋଇଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସେଇ ପ୍ରଧାନ ପତାକା ଦେଖାଇ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।

- Advertisement -

ଏହି ପ୍ରତିଯୋଗିତାର ଆବାହକ ଦୁର୍ଯୋଧନ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗଭିର ଜଳ ଭଣ୍ଡାର ଭିତରେ ଏପରି ନିଆରା ନୌକା ପ୍ରତିଯୋଗିତାକୁ ଦେଖିବା ଲାଗି ଅନେକ ଲୋକଙ୍କ ସମାଗମ ହୋଇଥିଲା । ପ୍ରତିଯୋଗିତା ଶେଷ ହେବା ପରେ ଶ୍ରେଷ୍ଠ ପ୍ରତିଯୋଗିମାନଙ୍କୁ ଜିଲା ପ୍ରଶାସନ ତରଫରୁ ଜିଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବରେ ପୁରଷ୍କୃତ କରାଯିବାକୁ ସ୍ଥିର ହୋଇଥିଲା।

ଏପରି ନିଆରା ପ୍ରତିଯୋଗିତାରେ ଭାଗ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ପ୍ରତିଯୋଗିମାନେ। ଆଜିର ଏହି ପ୍ରତିଯୋଗିତାରେ ଦଶଟି ଦଳ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିଲା ସୋରିଷମାଳ ଗ୍ରାମର ଦଳ ହାସଲ କରିଥିବା ବେଳେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା ଚମ୍ପାଖାରୀ ଗ୍ରାମ ଦଳ ଓ ତୃତୀୟ ସ୍ଥାନ ହାସଲ କରିଥିଲା ଡ୍ୟାମସାଇଡ଼ ଗ୍ରାମର ଦଳ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories