www.samajalive.in
Thursday, December 11, 2025
15.1 C
Bhubaneswar

ଜଙ୍ଗଲରେ ଘୁରି ବୁଲୁଛନ୍ତି ହାତୀପଲ: ଚିନ୍ତାରେ ବନ ବିଭାଗ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ଫୁଲବାଣୀ :ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକ ହାତୀପଲ ଘୁରି ବୁଲୁଛନ୍ତି। ଏହି ପଲରେ ୧୩ରୁ ଅଧିକ ହାତୀ ଥିବା ଗ୍ରାମବାସୀ କହୁଛନ୍ତି। ହାତୀପଲ ବୌଦ୍ଧ ଜିଲାରୁ କନ୍ଧମାଳ ଜଙ୍ଗଲରେ ପଶିଥିବା ଅନୁମାନ କରାଯାଉଛି। କିଛି ଦିନ ତଳେ ହାତୀପଲ ଚକାପାଦ ଅଞ୍ଚଳରେ ପଶି ଅନେକ ଲୋକଙ୍କ ଫସଲ ନଷ୍ଟ କରିଥିଲେ। ଏବେ ସେମାନେ ଖଜୁରୀପଡା ଆଡକୁ ମୁହାଁଇଥିବା ଜଣାପଡିଛି। ଖଜୁରିପଡା ବନାଞ୍ଚଳରେ ଏହି ୧୩ ଟିକିଆ ହାତୀ ପଲ ଘୁରି ବୁଲୁଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହାକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ବିଶେଷ କରି ନିକଟରେ ଏକ ଅଞ୍ଚଳରେ ଜଣେ ବନ କର୍ମଚାରୀଙ୍କୁ ହାଦୀପଲ ଦଳି ଦେବା ଘଟଣାକୁ ନେଇ ଚିନ୍ତାରେ ବନ ବିଭାଗ ରହିଥିବା ବେଳେ କନ୍ଧମାଳ ଜିଲାର ଜଙ୍ଗଲପୂର୍ଣ୍ଣ ଜଙ୍ଗଲରେ ଏବେ ହାତି ପଲ ରହୁଥିବା ଜାଣିବା ପରେ  ସେମାନଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣି କରିଛି।

- Advertisement -

ଶନିବାର ରାତିରେ ଖଜୁରିପଡା ଫରେଷ୍ଟ ଅଧିନସ୍ଥ ଦଳପଡା ପଞ୍ଚାୟତର ସକାଡି ଗ୍ରାମ ନିକଟସ୍ଥ ବିଲରେ ପଶି ଏହି ହାତୀପଲ ବହୁ ପରିମାଣର ଧାନ ଫସଲ ନଷ୍ଟ କରିଥିଲେ । ପୁଣି ରବିବାର ଲାମ୍ବାବାଡି, ଅଡ୍ରିପଦର, ଛଡାପାଜୁ ଗ୍ରାମ ନିକଟ ବିଲରେ ପଶି ଫସଲ ନଷ୍ଟ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଖବର ପାଇ ଫରେଷ୍ଟର ବିମଳା ପଟ୍ଟନାୟକଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ ପହଞ୍ଚି ବିଭିନ୍ନ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ହାତୀପଲର ଗତିବିଧି ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖା ଯାଇଥିବା ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ସୂଚନା ଦେଇଛନ୍ତି। ହାତି ପଲକୁ ନେଇ ଅଞ୍ଚଳରେ କୋକୁଆ ଭୟ ମଧ୍ୟ ସୃଷ୍ଟି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories