www.samajalive.in
Saturday, December 13, 2025
21.1 C
Bhubaneswar

୭ ଦଫା ଦାବିକୁ ନେଇ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

କଣ୍ଟାବାଞ୍ଜି: ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ୟୁନିଅନ ଡାକରାରେ ବଲାଙ୍ଗୀର ମଣ୍ଡଳ ନିର୍ଦେଶରେ ସିଭିଲ ସର୍ଭେଣ୍ଟ ମାନ୍ୟତା ସହ ୭ ଦଫା ଦାବି ନେଇ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ସାମିଲ ହୋଇ ମଙ୍ଗଳବାର କଣ୍ଟାବାଞ୍ଜି ଉପ-ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ଧାରଣା ଦେଇଛନ୍ତି। କଣ୍ଟାବାଞ୍ଜି ଉପ-ଡାକଘର ସମ୍ମୁଖରେ ଏହି ଅଧୀନରେ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ୮ଟି ବ୍ରାଞ୍ଚ ପୋଷ୍ଟ ଅଫିସର ୧୫ ଜଣ ବିପିଏମ ଓ ଏବିପିଏମ ଗଣ ଧାରଣାରେ ବସିଛନ୍ତି। ତେଣୁ ମଙ୍ଗଳବାର ଗ୍ରାମାଞ୍ଚଳ ଡାକସେବା ଠପ୍ ହୋଇ ଯାଇଛି। ଧାରଣାରେ ବସିଥିବା ବିପିଏମ ହେଲେ ଚାଉଳ ଶୁଖା ବ୍ରାଞ୍ଚ ପୋଷ୍ଟ ଅଫିସର ଭୋଳାନାଥ ମହାନନ୍ଦ, ଚଟୁଅନକାର ଦେବାନନ୍ଦ ବଏ, ଖଗସାର ରାଜ କୁମାର ଦାସ, ଧାମନ ଡ଼ଙ୍ଗା ଉମାଦିନୀ ତାଣ୍ଡି, ବିଛୁବାହାଳୀ ହଳଧର ସେଠ, ଖୁଜେନବାହାଲ ଦିଲିପ ମୁର୍ମୁ, ସରଗୁଲ ବିଶ୍ୱଜିତ ପାଢ଼ୀ, କୁକୁଡାହାଡ଼ ଲିଲୁରାମ ପୁଟେଲଙ୍କ ସହ ଏବିପିଏମ ମହାପୁରୁଷ ମାଝୀ, ସାଧୁ ରଣା, ସୀତାରାମ ମହାନନ୍ଦ, ଟେଲର ମାଝୀ, ଲକ୍ଷ୍ମଣ ଶବର, କିରତି ପଣ୍ଡା, ବିଘ୍ନେଶ୍ୱର ବେହେରା ପ୍ରମୁଖ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories