www.samajalive.in
Saturday, December 6, 2025
17.1 C
Bhubaneswar

୫ ଦଫା ଦାବି ନେଇ ଡାକଘର ସାମ୍ନାରେ ଗ୍ରାମୀଣ ଡାକ ସେବକଙ୍କ ଧାରଣା 

କାମାକ୍ଷାନଗର : କାମାକ୍ଷାନଗର ଉପ ଡାକଘର ସାମ୍ନାରେ ୫ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଦେଖିବାକୁ ମିଳିଛି। ଦେଶ ବ୍ୟାପି ଏହି ଧର୍ମଘଟରେ ସମସ୍ତ ଜିଡିଏସ ମାନେ ଭାଗ ନେଇଛନ୍ତି । ଜିଡିଏସ ମାନଙ୍କୁ ୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟାର କାର୍ଯ୍ୟ ଏବଂ ପାରିଶ୍ରମିକ, ପ୍ରତି ୧୨ ବର୍ଷରେ ଥରେ ଆର୍ଥିକ ପଦୋନ୍ନତି,୫ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଓ ପେନସନ ଭଳି ୫ ଦଫା ସମ୍ବଳିତ ସେମାନେ ଦାବି ରଖିଛନ୍ତି। ଯେ ପର୍ଯ୍ୟନ୍ତ ୫ ଦଫା ସମ୍ବଳିତ ଦାବି ପୂରଣ କରାନଯିବ ସେ ପର୍ଯ୍ୟନ୍ତ ଜିଡିଏସ ମାନଙ୍କ ଧର୍ମଘଟ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଡାକଘର ଗୁଡିକର କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହୋଇଥିବା ଜଣାପଡିଛି। ଏହି ଧର୍ମଘଟରେ କାମାକ୍ଷାନଗର ଡାକମଣ୍ଡଳ ଅଧୀନରେ ରହିଥିବା ସମସ୍ତ ଜିଡ଼ିଏସ ସାମିଲ ରହି କେନ୍ଦ୍ର ସରକାରଙ୍କ ଉଦେଶ୍ୟରେ ପ୍ରତିବାଦ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories