www.samajalive.in
Sunday, December 14, 2025
19.1 C
Bhubaneswar

ଜିଲା ସ୍ତରୀୟ ବାଲ୍‌‌ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌‌ଯାପିତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ତିନିଦିନ ଧରି ଚାଲିଥିବା ଜିଲା ସ୍ତରୀୟ ବାଲ୍‌‌ ବୈଜ୍ଞାନିକ ପ୍ରଦର୍ଶନ ଉଦ୍‌‌ଯାପିତ ହୋଇଯାଇଛି। ଏଥିରେ ୧୨ଟି ବ୍ଳକର ପ୍ରାଥମିକ ଓ ମାଧ୍ୟମିକ ବିିଦ୍ୟାଳୟର ୬୦ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଥି ମଧ୍ୟରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ରାଇକିଆ ବ୍ଳକ ସୁଗୁଡ଼ାବାଲି ସରକାରୀ ଉଚ୍ଚ ବିଦ୍ୟାଳୟର ମୌସୁମୀ ନାୟକ, ଖଜୁରିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ନିଷ୍ଣା ନିହାରିକା, ଫୁଲବାଣୀ ଏସ୍‌‌.ଏସ୍‌‌ ବିଦ୍ୟାପିଠର ଲିଙ୍କନ୍‌‌ ଭୂୟାଁ, ଫୁଲବାଣୀ ପବ୍ଳିକ୍‌‌ ସ୍କୁଲର ଛାତ୍ରୀ ପ୍ରଜ୍ଞା ପରିମିତା ସାହୁ, ତୁମୁଡ଼ିବନ୍ଧ ଲଙ୍କାଗଡ଼଼ ସରକାରୀ ଉଚ୍ଚ ବିଦ୍ୟାଳୟର କାଜଲ ପାଟମାଝୀଙ୍କ ପ୍ରକଳ୍ପ ଯୋଗ୍ୟ ବିବେଚିତ ହୋଇଛି। ବିଚାରକ ଭାବେ ଗିରିଜା ଶଙ୍କର ମହାପାତ୍ର ଓ ସୁଶାନ୍ତ ସାହୁ ଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories