www.samajalive.in
Tuesday, December 9, 2025
17.1 C
Bhubaneswar

ମନକୁ ଶାନ୍ତ ଓ ରାଗକୁ ନିୟନ୍ତ୍ରଣରେ ରଖେ : ଧ୍ୟାନ

ସୁସ୍ଥ ଶରୀର ପାଇଁ ବ୍ୟାୟାମ ଓ ଧ୍ୟାନ କରିବା ନିତାନ୍ତ ଆବଶ୍ୟକ। ସାରା ଦିନ ଭଲରେ ବିତିବା ପାଇଁ ସକାଳ ସମୟରେ ଧ୍ୟାନ କରିବା ଏକ ସ୍ୱାସ୍ଥ୍ୟକର ଉପାୟ। କିଛି ସମୟର ଧ୍ୟାନ ଦୁଶ୍ଚିନ୍ତା ସ୍ତରକୁ ସମ୍ପୂର୍ଣ୍ଣ ଭାବେ ହ୍ରାସ କରିଥାଏ। ଚିନ୍ତାକୁ ନିଜ ଠାରୁ ଦୂରେଇ ରଖିବା ପାଇଁ ସଠିକ ନିଷ୍ପତ୍ତି ନେବା ପାଇଁ ଧ୍ୟାନ କରିବା ଖୁବ ସହାୟକ ହୋଇଥାଏ।
ଧ୍ୟାନ ଶରୀର ସହ ଜଡିତ ହେଉଥିବା ଏକ ଅଦ୍ଭୁତ ଅଭ୍ୟାସ। ଏହା ହୃଦୟ ଗତିକୁ ନିୟନ୍ତ୍ରଣ ରଖିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଥିବା ସମସ୍ତ ବାଧା ଦୂର କରେ।
ନିଜ ବିଚାରକୁ ଉନ୍ନତରୁ ଉନ୍ନତ କରିବାରେ ସହାୟକ ହୋଇଥାଏ। ସଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ମନକୁ ଶାନ୍ତ ଓ ରାଗକୁ ନିୟନ୍ତ୍ରଣରେ ରଖେ।
ଧ୍ୟାନ କରିବା ଦ୍ୱାରା ଚିନ୍ତାଧାରା ନିୟନ୍ତ୍ରଣ ହୋଇ ରହିବା ସହ ଏହା ଶରୀରରେ ଏକ ପ୍ରକାର ହରମୋନ୍‍ ବଢାଇ ଥାଏ। ଯାହା ଦ୍ୱାରା ଆପଣ ସୁସ୍ଥ ଓ ସତେଜ ଅନୁଭବ କରିଥାଆନ୍ତି।
ନିଜ କାମକୁ ନେଇ ସର୍ବଦା ବ୍ୟତିବ୍ୟସ୍ତ ରହୁଥିଲେ, ସକାଳେ ଧ୍ୟାନ ନିଶ୍ଚୟ କରନ୍ତୁ। ଏହାଦ୍ୱାରା କାମ ପାଇଁ ଆଗ୍ରହ ଆସିବା ସହ ଚିନ୍ତା କମ ହୋଇଥାଏ।
ଧ୍ୟାନ କରିବା ଦ୍ୱାରା ଧୈର୍ୟ୍ୟ ଶକ୍ତି ବୃଦ୍ଧି ହେବା ସହ ପାଗ ପରିବର୍ତ୍ତନ କାରଣରୁ ହେଉଥିବା ବିଭିନ୍ନ ପ୍ରକାର ସଂକ୍ରମଣକୁ ଶରୀରକୁ ଦୂରେଇ ରଖିଥାଏ। ଶରୀରର ଯନ୍ତ୍ରଣା,ମୁଣ୍ଡବିନ୍ଧା ଆଦି ଦୂର କରିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିବାରେ ମଧ୍ୟ ବେଶ ସହାୟକ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories