www.samajalive.in
Saturday, December 13, 2025
26.1 C
Bhubaneswar

ବିଶାଖାପାଟଣାରେ ହେଲା ବିଏସକେୱାଇରେ ମାଗଣା କ୍ୟାନସର ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରୋଗୀଙ୍କ ପରିବାର

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି । ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା ଏହି କାର୍ଡ ମାଧ୍ୟମରେ ଦେୟମୁକ୍ତ ଭାବେ ହୋଇପାରୁଛି ।
ବରଗଡ଼ ଜିଲ୍ଲା ଅମ୍ବାପାଲି ଗ୍ରାମର ଦିବ୍ୟା ସେଠ୍ କହନ୍ତି ଯେ ମୋ ସାନ ଭଉଣୀ ସ୍ନେହା ସେଠ୍ ପ୍ରାୟ ୧ ବର୍ଷ ହେଲା ବ୍ଲଡ୍ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲା ।

ବିଭିନ୍ନ ଜାଗାରେ ଚିକିତ୍ସା କରାଯାଇଥିଲା । ବିଏସ୍ କେୱାଇ କାର୍ଡ ଦ୍ଵାରା ବିଶାଖାପାଟଣା ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଥିବା ଜଣେ ମହିଳାଙ୍କ ଠାରୁ ଶୁଣି ଆମେ ସେଠାକୁ ଗଲୁ । ବିଏସକେୱାଇ ଟିମ ସହଯୋଗ କଲେ। ହସ୍ପିଟାଲରେ ମୋ ଭଉଣୀର ମାଗଣା ଆଡମିସନ, ବିଭିନ୍ନ ପରୀକ୍ଷା, ଚିକିତ୍ସା ଓ ବୋନ୍ ମାରୋ ପ୍ରତିରୋପଣ ହେଲା । ବର୍ତ୍ତମାନ ମୋର ସାନ ଭଉଣୀ ସ୍ନେହା ସୁସ୍ଥ ଅଛି । ମୋର ଭଉଣୀ ଜୀବନ ବଞ୍ଚାଇଥିବାରୁ ଆମ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହାତ୍ମା ଗାନ୍ଧୀ ହସପିଟାଲର ଡାକ୍ତରମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ସହ ଧନ୍ୟବାଦ ଜଣାଉଛୁ ।

- Advertisement -

ରାଜ୍ୟ ସରକାରଙ୍କ ବିଏସ୍ କେୱାଇ ଯୋଜନା ମାଧ୍ୟମରେ ଜଣେ ନାବାଳିକାର କ୍ୟାନସର ଚିକିତ୍ସା ସଫଳତାର ସହ ହୋଇ ପାରିଥିବାରୁ ସ୍ଥାନୀୟ ବୁଦ୍ଧିଜିବୀ ଓ ଜନସାଧାରଣ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories