www.samajalive.in
Friday, December 12, 2025
14.1 C
Bhubaneswar

ମିଶନ ଶକ୍ତି ରାଜ୍ୟ ଉପଦେଷ୍ଟାଙ୍କ କଲ୍ୟାଣସିଂହପୁର ଗସ୍ତ

କଲ୍ୟାଣସିଂହପୁର: ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ରାଜ୍ୟ ଉପଦେଷ୍ଟା ଡ.ଲୋପାମୁଦ୍ରା ବକ୍ସିପାତ୍ର ଗୁରୁବାର ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରି ଗଢି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ସିକରପାଇ ପହଞ୍ଚିବା ପରେ ଓଡ଼ିଶା ମିଶନ ଶକ୍ତିର ବ୍ଲକ ପ୍ରୋଜେକ୍ଟ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶନୀ ମୁଲି ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ଅଧିକାରୀ ମମତା ରାଣୀ ଦାସ ପ୍ରଥମେ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସିକରପାଇରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ଶୀତଳ ଭଣ୍ଡାର ପରିଦର୍ଶନ କରି ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାପରେ ନାରାୟଣପୁର ପଞ୍ଚାୟତର ଇରିପିପୁଟ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କୁକୁଡ଼ା, ଛେଳି ପାଳନ ସହ ଛତୁ ଚାଷ ବୁଲି ପରିଦର୍ଶନ କରି ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହାପରେ କଲ୍ୟାଣସିଂହପୁର ବ୍ଲକକୁ ଆସି ସ୍ତାନୀୟ ମା ମଝିଗୌରୀ ମହିଳା ଗୋଷ୍ଠୀ ଦ୍ୱାରା ବାଉଁଶରେ ତିଆରି କରିଥିବା ସାମଗ୍ରୀ ପରିଦର୍ଶନ କରିଥିଲେ । ଏହାପରେ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଡିଓ ରାଜୀବ ଦାସ, ସିଡିପିଓ ମମତାରାଣୀ ଦାସ, ବିପିଏମ ଏମ ଏଫ କାରୀମ, ଡିପିଏମ ହେମନ୍ତ କୁମାର ବାଗ, ମିଶନ ଶକ୍ତିର ଜିଲା ଆକାଉଣ୍ଟାଣ୍ଟ ସାରଙ୍ଗଧର ଶବର, ଓଏଲେମ ୱାଇ ପି ଗୌରବ ସାହୁ, ନରେଶ ବିଡିକା ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ମହିଳାମାନେ ଆହୁରି କିପରି ଆଗକୁ ବଢ଼ି ପାରିବେ ସେ ବିଷୟ ପୁଙ୍ଖାନୁପୁଙ୍ଖ ଭାବରେ ମୁଖ୍ୟ ଅତିଥି ଡ.ଲୋପାମୁଦ୍ରା ବକ୍ସିପାତ୍ର ଉପସ୍ଥିତ ଥିବା ମହିଳାମାନଙ୍କୁ ବୁଝାଇଥିଲେ । ବର୍ତ୍ତମାନ ତିଆରି କରିଥିବା ଜିନିଷଗୁଡିକ କିପରି ଅଧିକା ଦାମରେ ବିକ୍ରି ହେବ, ଏହି ଜିନିଷଗୁଡିକ ଆହୁରି ଆକର୍ଷଣୀୟ ଭାବରେ ତିଆରି କରିପାରିବେ ସେଥିପାଇଁ ତାଲିମ ବ୍ୟବସ୍ଥା, ପ୍ରତ୍ୟେକ ପଞ୍ଚାୟତକୁ ୩୦ଲକ୍ଷ ଲେଖାଏଁ ଟଙ୍କା ଆସିଛି ସେହି ଟଙ୍କାରେ ଗୃହ ନିର୍ମାଣ କରି ଉତ୍ପାଦନ ସମଗ୍ର ରଖି ବ୍ୟବସାୟ କରିପାରିବ ଓ ବୈଠକ ଗୃହ ନିର୍ମାଣ କରିବ ବୋଲି କହିଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories