www.samajalive.in
Saturday, December 13, 2025
21.1 C
Bhubaneswar

୩ ହଜାର କୋଟିରେ ଓଟିଏମ୍‌‌ ଭିତ୍ତିଭୂମି ଉପରେ ପ୍ରତିଷ୍ଠା ହେବ ସମନ୍ୱିତ ବୟନ ଶିଳ୍ପ

ଚୌଦ୍ୱାର: ବନ୍ଦ ଓଟିଏମ୍‌‌ର ଭିତ୍ତିଭୂମି ଉପରେ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠାନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଖବର ପ୍ରଚାରିତ ହେବାପରେ ଚୌଦ୍ୱାର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ବିଜୁ ବାବୁଙ୍କ କର୍ମଭୂମି ଶିଳ୍ପ ନଗରୀ ଚୌଦ୍ୱାରରେ ପ୍ରବାଦ ପୁରୁଷଙ୍କ ହାତଗଢ଼ା ଓଟିଏମ୍‌‌ ଜମିରେ ପୁଣି ଶିଳ୍ପ ପ୍ରତିଷ୍ଠା ହେଲେ ଶିଳ୍ପ ନଗରୀ ଚୌଦ୍ୱାର ପୁଣି ଆଲୋକିତ ହେବାର ଆଶାରେ ଲୋକେ ଆନନ୍ଦ ବିଭୋର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଗାନ୍ଧୀଛକସ୍ଥିତ ପୌର ଟାଉନ୍‌‌ ହଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ସୌଭିକ୍‌‌ ବିଶ୍ୱାଳ ସୂଚନା ଦେଇଛନ୍ତି ଯେ ଓଟିଏମ୍‌‌ର ୫୨୨ଏକର ଜମି ଉପରେ ଏକ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠାପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଦେଶର ସୁପ୍ରତିଷ୍ଠିତ ୱେଲସ୍ପନ୍‌‌ କମ୍ପାନୀ ୩ହଜାର କୋଟି ଟଙ୍କା ବ୍ୟୟରେ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠା କରିବବୋଲି ନିଷ୍ପତ୍ତି ନିଆ ଯାଇଛି। ଏହି ଶିଳ୍ପ ପ୍ରତିଷ୍ଠା ହେଲେ ସେଥିରେ ୧୦ ହଜାର ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବା ସହିତ ଆଉ ୧୦ ହଜାର ଲୋକ ପରୋକ୍ଷ ଭାବେ କାର୍ଯ୍ୟ ପାଇବେ ବୋଲି ବିଧାୟକ ସୂଚନା ଦେଇଥିଲେ। ଓଟିଏମ୍‌‌ ଜାଗାରେ ବୟନ ଶିଳ୍ପ ପ୍ରତିଷ୍ଠା କରାଯିବବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଯଥାଶିଘ୍ର ପୂରଣ କରି ଚୌଦ୍ୱାର ବାସୀଙ୍କ ସ୍ୱପ୍ନ ସାକାର କରିଥିବାରୁ ବିଧାୟକ ଶ୍ରୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଅର୍ପଣ କରିଥିଲେ। ଓଟିଏମ୍‌‌ ଭିତ୍ତିଭୂମି ଉପରେ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ପାଇଁ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ବିଧାନ ସଭାରେ ବାରମ୍ବାର ଆଲୋଚନା କରିଥିବା ଏବଂ ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ନିରନ୍ତର ପ୍ରୟାସ କରିଥିବା ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌‌ଙ୍କୁ ସେ କୃତଜ୍ଞତା ଜଣାଇଥିଲେ। ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ନଗର ବିଜେଡ଼ି ସଭାପତି ତଥା ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ଓଟିଏମ୍‌‌ ଶ୍ରମିକ ସଂଗଠନର ସଭାପତି ଜଗନ୍ନାଥ ବେଉରା, କଟକ ଡେପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଚୌଦ୍ୱାରରେ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ଏ÷ତିହାସିକ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଏଦିଗରେ ବହୁମୁଖୀ ଉଦ୍ୟମ କରିଥିବା ପୂର୍ବତନ ବିଧାୟକ ଡ. ବିଶ୍ୱାଳ, ଏବର ବିଧାୟକ ସୌଭିକ୍‌‌ ବିଶ୍ୱାଳ, ସାଂସଦ ଭତ୍ତୃହରି ମହତାବ, ୫ଟି ସଚିବ, ଶିଳ୍ପମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories