www.samajalive.in
Monday, December 8, 2025
27.1 C
Bhubaneswar

ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ବାବୁଜୀଙ୍କ ଜୟନ୍ତୀ

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ପଦ୍ମଭୂଷଣ ଶତାବ୍ଦି ସାଧକ ରାଧାନାଥ ରଥଙ୍କ ୧୨୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ର ଜୟନ୍ତୀ ଉତ୍ସବରେ ପୌରୋହିତ୍ୟ କରି ନବ ଉତ୍କଳ ନିର୍ମାଣରେ ରାଧାନାଥ ରଥଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ନିରଞ୍ଜନ ପତ୍ରୀ ବାବୁଜୀଙ୍କ ତ୍ୟାଗ, ତୀତିକ୍ଷା, ସେବା, ନିର୍ଲିପ୍ତତା, ପରୋପକାର ସର୍ବୋପରି ଆର୍ତ୍ତଜନଙ୍କ ହୃଦୟର ଭାଷା ବୁଝି ସେମାନଙ୍କ ମୁହଁରେ ହସ ଫୁଟାଇବା ମହନୀୟ ଗୁଣ ଦ୍ୱାରା ବିଦ୍ୟାର୍ଥୀମାନେ ଅନୁପ୍ରାଣିତ ହେଲେ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ। ଅଧ୍ୟାପିକା ସାଗରିକା ରାଉତ, ଯୁଗଜ୍ୟୋତି ସ୍ୱାଇଁ, କୁନ୍ତଳା ବେଉରାୟ, ଉଦୟନାଥ ପରିଡ଼ା, ଜିତେନ୍ଦ୍ର ପ୍ରଧାନ, ଦିପ୍ତିରଞ୍ଜନ ବାରିକ ପ୍ରମୁଖଙ୍କ ସହିତ ବିଦ୍ୟାର୍ଥୀମାନେ ଉପସ୍ଥିତ ରହି ବାବୁଜୀଙ୍କ ଜୀବନାଦର୍ଶ ସଂପର୍କରେ ସ୍ମୃତିଚାରଣ କରିଥିଲେ। ମହାବିଦ୍ୟାଳୟ ପରିସରସ୍ଥ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories