www.samajalive.in
Monday, December 8, 2025
20.1 C
Bhubaneswar

ରାଧାନାଥ ରଥ ଥିଲେ ଯୁଗସ୍ରଷ୍ଟା

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ, ସେବା ତ୍ୟାଗର ପ୍ରତୀକ, ରାଷ୍ଟ୍ରନୀତିଜ୍ଞ, ସମାଜ ସଂସ୍କାରକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୭ତମ ଜୟନ୍ତୀ ଉତ୍ସବ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଗୋପବନ୍ଧୁ ଚିକିତ୍ସାଳୟର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ଜୟନ୍ତୀ ଉତ୍ସବରେ ବାବୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ପଦ୍ମଭୂଷଣ ଡଃ ରାଧାନାଥ ରଥ ବିଭୂ ଆଶୀର୍ବାଦ ପ୍ରାପ୍ତ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରେଷ୍ଠ ଆବିଷ୍କାର ତଥା ପଟ୍ଟଶିଷ୍ୟ ଥିଲେ ବାବୁଜୀ। ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ସେବା, ତ୍ୟାଗ ଓ ପରୋପକାର ଭୂଷଣରେ ନିଜକୁ ଗଢିତୋଳି ବାବୁଜୀଙ୍କ ଭଳି ଭଲ ଓ ବଡମଣିଷ ହେବା ପାଇଁ କହିଥିଲେ। ଶିକ୍ଷୟିତ୍ରୀ ସୌଦାମୀନି ସାହୁ ଓ ବିକ୍ରମ କେଶରୀ ରାଉତ ବାବୁଜୀଙ୍କ ଜୀବନାଦର୍ଶ ଯୁବପୀଢିଙ୍କ ପାଥେୟ ହେବା ଆବଶ୍ୟକ ବୋଲି କହିଥିଲେ। ସେବିକା ମହାବିଦ୍ୟାଳୟର ଅଧ୍ୟକ୍ଷ ଏଡଉଇନ ଆନନ୍ଦ ବାବୁଜୀଙ୍କ ଭଳି ବହୁମୁଖୀ ପ୍ରତିଭା ଅଧିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ପାଳିବା ଆମ ପାଇଁ ଗୌରବର ବିଷୟ ବୋଲି କହିବା ସହିତ ଉପସ୍ଥିତ ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ, ମଞ୍ଚାସୀନ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories