୨୪ ଘଣ୍ଟା କୋହଲା ପାଗ ; ପଟାଙ୍ଗୀରେ ସର୍ବାଧିକ ବର୍ଷା
ଭୁବନେଶ୍ୱର : ଗଭୀର ଅବପାତ ହୋଇ ଛତିଶଗଡ ମୁହାଁ ବାତ୍ୟା ‘ମିଗଜୋମ୍’। ଆଗାମୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହେବ ମିଗ୍ଜୋମ୍। ଦୁର୍ବଳ ହେବା ପରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଲାଗି ରହିବ। ଛତିଶଗଡ ମୁହାଁ ଯୋଗୁଁ ନୂଆପଡା, କଳାହାଣ୍ଡି, ବଲାଙ୍ଗୀରରେ ବର୍ଷା ସମ୍ଭାବନା ରହିଛି। ଏହାସହ ଆହୁରି ୨୪ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ସହ କୋହଲା ପାଗ ରହିବ। ଡିସେମ୍ବର ୭ ଠାରୁ ପାଗରେ ପରିବର୍ତ୍ତନ ହେବା ନେଇ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ଲାଗିରହିଛି ବର୍ଷା pic.twitter.com/jdFlqJRMm8
— Meteorological Centre, Bhubaneswar (@mcbbsr) December 6, 2023
#ପୁରୀ, #ଗଞ୍ଜାମ,#ଜଗତସିଂହପୁର, #ଖୋର୍ଦ୍ଧା ଜିଲ୍ଲା ସମେତ #ରାଜଧାନୀ #ଭୁବନେଶ୍ୱର ର କିଛି ଅଞ୍ଚଳରେ ଲାଗିରହିଛି ହାଲୁକା ବର୍ଷା pic.twitter.com/dbQO4jADAk
— Meteorological Centre, Bhubaneswar (@mcbbsr) December 6, 2023
ଗତି ୬ଘଣ୍ଟାରେ ଗଭୀର ଅବପାତ ଘଣ୍ଟାପ୍ରତି ୧୧ କିମି ବେଗରେ ଉତ୍ତାରେ ଦିଗରେ ଗତିକରି (ବାତ୍ୟା ମିଗଜୋମ ର ଅବଶିଷ୍ଠଂଶ) ଦୁର୍ବଳ ହୋଇ ଅବପାତ ରେ ପରିଣତ | ଏହା ଉତ୍ତର ଦିଗରେ ଗତିକରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସୁଦୃଶଃ -ଲଘୁଚାପ କ୍ଷେତ୍ର ରେ ପରିଣତ ହେବାରେ ସମ୍ଭାବନା ରହିଛି | pic.twitter.com/L1bX3x7A27
— Meteorological Centre, Bhubaneswar (@mcbbsr) December 6, 2023
ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ପଶି ଯାଇ ଫସଲ ହାନୀ ଯୋଗୁଁ ଚାଷୀ ଚିନ୍ତାରେ ରହିଛନ୍ତି। କୋରାପୁଟ ଜିଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ପଟାଙ୍ଗୀ ବ୍ଲକରେ ୧୦୬ ମିିମି ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ମିଳିଛି।
Comments are closed.