www.samajalive.in
Friday, December 12, 2025
16.1 C
Bhubaneswar

କଂଗ୍ରେସ ଛାଡ଼ିବେ ନବ

ଝାରସୁଗୁଡ଼ା/କୋଲାବିରା : ବିଗତ ଦିନରୁ ହୋଇଆସୁଥିବା ଚର୍ଚ୍ଚାକୁ ସତରେ ପରିଣତ କରିବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ। ଦଳବଦଳ କରିବା ପାଇଁ ସେ ଅନୁଗତମାନଙ୍କ ମତାମତ ଲୋଡିଛନ୍ତି। ଆଜି କୋଲାବିରା ବ୍ଲକ ଅଞ୍ଚଳରେ ଏକ ବୈଠକ ଡାକି ଅନୁଗତଙ୍କୁ ସେ ଆଗକୁ ଯେଉଁ ଆଡ଼େ ମୁହାଁଇବେ ତାଙ୍କୁ ସମର୍ଥନ ଜଣାଇବେ କି ନାହିଁ ବୋଲି ମତ ଲୋଡ଼ିଥିଲେ।
ଏନେଇ ନବ ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ‘ମୁଁ ଆଗରୁ କହି ଆସିଛି, ମୋର ଦଳ ହେଉଛନ୍ତି ଝାରସୁଗୁଡ଼ାବାସୀ, ସେମାନେ ଯାହା ନିଷ୍ପତି ନେବେ ତାହା ମୁଁ ମାନିନେବି’। ନବବାବୁଙ୍କ ଏଭଳି ବୟାନ ସେ ଯେ କଂଗ୍ରେସ ଦଳ ଛାଡ଼ି ବିଜେଡି ଆଡ଼କୁ ମୁହାଁଉଛନ୍ତି ଏହାର ସ୍ପଷ୍ଟ ସଂକେତ ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆଜି କୋଲାବିରା ବ୍ଲକର ପୋଖରାସାହ୍ଲେ, ସୋଢାମାଲ, କୋଲାବିରା ପଞ୍ଚାୟତ ଅଞ୍ଚଳରେ ଥିବା ତାଙ୍କର ଅନୁଗତ ତଥା କର୍ମୀଙ୍କୁ ଡାକି ରଘୁନାଥପାଲି ଛକ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ବୈଠକ କରିଥିଲେ। ବୈଠକରେ ଦଳବଦଳ ନେଇ କର୍ମୀଙ୍କ ମତ ଲୋଡ଼ା ଯାଇଥିଲା। ବୈଠକରେ ପ୍ରାୟ ତିନି ଶହରୁ ଅଧିକ କର୍ମୀ ଯୋଗ ଦେଇଥିଲେ। ହେଲେ ଦଳବଦଳ ସଂକେତକୁ କର୍ମୀମାନେ ସବୁଜ ସଂକେତ ଦେଇଥିଲେ। ନବ ବାବୁ ଯେଉଁ ଦଳରେ ରହିବେ ସେମାନେ ସେହି ଦଳରେ ରହିବେ ବୋଲି ସ୍ପଷ୍ଟ କରି ଦେଇଥିଲେ। ଆଗାମୀ ଦିନରେ ଅନ୍ୟ ବ୍ଲକ ଅଞ୍ଚଳର କର୍ମୀଙ୍କ ସହ ସେ ବୈଠକରେ ମିଳିତ ହୋଇ ମତ ଲୋଡ଼ିବେ ବୋଲି ନବ ଦାସ କହିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବିଧାୟକଙ୍କ ଏଭଳି ଆଭିମୁଖ୍ୟ ଅନେକଙ୍କୁ ବିସ୍ମିତ କରିଛି। ପ୍ରକାଶଯୋଗ୍ୟ କିଛି ଦିନ ତଳେ ଲଇକେରା ବ୍ଲକର ହାତିଆନାଳା ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ କଂଗ୍ରେସ କର୍ମୀ ଏବଂ ତାଙ୍କର ସମର୍ଥକଙ୍କୁ ଡାକି ଏକ ଭୋଜିଭାତର ଆୟୋଜନ କରିଥିଲେ। ଯେଉଁଠାରେ ନବ ବାବୁଙ୍କ ପରିବର୍ତ୍ତିତ ଆଭିମୁଖ୍ୟରେ କଂଗ୍ରେସକୁ ହେମାନନ୍ଦ ବାବୁ ପୁଣିଥରେ ନେତୃତ୍ୱ ଦେବାର ସଂକେତ ମିଳିଥିଲା। ହେଲେ ହେମାନନ୍ଦଙ୍କ ଏଭଳି ସଭା ଏବଂ ଭୋଜିଭାତରେ ଅନେକ କଂଗ୍ରେସ କର୍ମୀ ନବଙ୍କ ସହ ଶତ୍ରୁତା ହେବାର ଭୟରେ ଯୋଗ ଦେଇ ନ ଥିଲେ। ରବିବାର ଲଇକେରା ଅଞ୍ଚଳରେ ନବ ଦାସ ଅନୁରୂପ ଭୋଜିଭାତ ଏବଂ ସଭାର ଆୟୋଜନ କରିଥିବାରୁ ରାଜନୀତି ପୁଣି ଥରେ ସରଗରମ ହେବାରେ ଲାଗିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories