www.samajalive.in
Sunday, December 14, 2025
23.1 C
Bhubaneswar

ମେଡିକାଲ କଲେଜ ଖୋଲିବା ଦାବିରେ ଗୁରୁବାର ଜଗତସିଂହପୁର ବନ୍ଦ

ଜଗତସିଂହପୁର : ଜିଲ୍ଲାର ଲୋକ ସଂଖ୍ୟା ୧୩-୧୪ ଲକ୍ଷରୁ ଅଧିକ । ଜଗତସିଂହପୁର ଜିଲ୍ଲା ଡାକ୍ତରଖାନାକୁ ପ୍ରତ୍ୟେକ ଦିନ ହଜାର ସଂଖ୍ୟାରେ ରୋଗୀ ଆସୁଛନ୍ତି, ଏହାକୁ ସିଟି ହସ୍ପିଟାଲ କରାଯାଇ ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି କରିବା ପାଇଁ ଦାବି କରାଯାଉଛି । ଏଥିପାଇଁ ଆସନ୍ତା ଡ଼ିସେମ୍ବର ମାସ ସାତ ତାରିଖ ଗୁରୁବାର ଦିନ ସକାଳ ୫ଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଜଗତସିଂହପୁର ସହର ବନ୍ଦ ପାଳନ ହେବ । ଏହି ଆନ୍ଦୋଳନରେ ସମସ୍ତ ରାଜନୈତିକ ଦଳ, ନବନିର୍ମାଣ କୃଷକ ସଂଗଠନ, ବିଭିନ୍ନ ବଜାର କମିଟି ଓ ୩୫ ରୁ ଉର୍ଦ୍ଧ୍ବ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି । ନଭେମ୍ବର ମାସ ତିନି ତାରିଖ ଦିନ ଜଗତସିଂହପୁର ମେଡିକାଲ ସମ୍ମୁଖରେ ଧାରଣା ଦିଆଯାଇଥିଲା, ଏଥିରେ ଜିଲ୍ଲାର କୋଣ, ଅନୁକୋଣ ରୁ ୩୦୦ରୁ ଉର୍ଦ୍ଧ୍ବ ଵଂଧୁ ଯୋଗ ଦେଇଥିଲେ, ସେହି ନିଷ୍ପତ୍ତି ଅନୁଯାୟୀ ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଛି ।
କଟକ ଜିଲ୍ଲା ବିଭାଜନ ହୋଇ ୪ ଜିଲ୍ଲା ହେଲା ତନ୍ମଧ୍ୟରୁ ଜଗତସିଂହପୁରକୁ ବାଦ ଦେଇ ଅନ୍ୟ ସବୁ ଠାରେ ମେଡିକାଲ କଲେଜ ଖୋଲିଲାଣି ଅବା ଖୋଲିବାକୁ ଯାଉଛି । ନିକଟରେ ଯାଜପୁର ଜିଲ୍ଲାରେ ଶହ ଶହ କୋଟି ଟଙ୍କାର ମେଡିକାଲ କଲେଜ ଉଦଘାଟନ ହେବାକୁ ଯାଉଛି । କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସମସ୍ତ ରାଜନୈତିକ ଦଳ ମିଶି ମେଡିକାଲ କଲେଜ ପାଇଁ ଆନ୍ଦୋଳନ କଲେ, ଏବଂ ସେଠାରେ ନିକଟରେ ତାହା ହେବାକୁ ଯାଉଛି କିନ୍ତୁ ଜଗତସିଂହପୁର ଜିଲ୍ଲାରେ ହୋଇନାହିଁ । ଯାହା ନିହାତି ଆବଶ୍ୟକ ।

ପଲ୍ଲୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆମ ଡାକ୍ତରଖାନାର ଉନ୍ନତି ହୋଇଛି । ମେଡିକାଲ କଲେଜ ପାଇଁ ପଲ୍ଲୀ ସ୍ବାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତା ଅଛି, ସେଠାରେ ଡାକ୍ତର, ନର୍ସ ମାନଙ୍କୁ ଟ୍ରେନିଂ ଦିଆଯାଏ, ରୋଗ ନିରାକରଣ ପାଇଁ ଜନସଚେତନତା କାର‌୍ୟ୍ୟକ୍ରମ ହୁଏ, ଏହା ୧୯୫୫ ମସିହା ରୁ ଅଛି, ତାହାକୁ ୨ୟ ଥର ପାଇଁ ଉଠାଇନେଵା ଲାଗି ଉଦ୍ୟମ ହେଉଛି।ଏହାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories