www.samajalive.in
Thursday, December 11, 2025
16.1 C
Bhubaneswar

୧୨ ଦାଦନ ଶ୍ରମିକ ଉଦ୍ଧାର: ଗାଡ଼ି ଜବତ, ଚାଳକ ସହ ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ୧୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକମାନେ ହେଲେ ମୁରିବାହାଲ ଥାନା ଖର୍ଜୁରୀ ଗାଁର। ଶ୍ରମିକମାନଙ୍କୁ ଡକରା ଗାଁର ଦାଦନ ସର୍ଦାର ଭୁବନ ନାଗ ଏକ ଓମିନି ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ନେଉଥିଲା। ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଟୁଅନକା ଗାଁ ପାଖରେ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ଜାଣି ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଥାନା ଆଣି ଅଧିକ ତଦନ୍ତ କରିଥିବା ବେଳେ ଗାଡି ଜବତ କରି ଦାଦନ ସର୍ଦାର, ଗାଡି ଚାଳକକୁ ଅଟକ ରଖି ତଦନ୍ତ କରିବା ପରେ ଆନ୍ତଃ ରାଜ୍ୟ ଦାଦନ ଶ୍ରମିକ ପଠାଇବା ପାଇଁ ଆବଶ୍ୟକ କାଗଜ ପତ୍ର ସର୍ଦ୍ଦାର ଦେଖାଇ ନପାରିବାରୁ ପୁଲିସ ଉଭୟଙ୍କ ନାଁରେ ମାମଲା ରୁଜୁ କରିଛି। ସର୍ଦ୍ଦାର ଭୁବନ ନାଗ(୪୯), ଗାଡ଼ି ଚାଳକ ତ୍ରାଣବନ୍ଧୁ ବେହେରା(୪୨)ଙ୍କୁ କେସ୍‌ ନମ୍ବର ୪୧୩/୨୩ରେ ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି ପୁଲିସ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories