www.samajalive.in
Saturday, December 13, 2025
23.1 C
Bhubaneswar

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ; ମୋଦୀ..ମୋଦୀ.. ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ମାତ୍ରେ ଏନଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ମୋଦୀଙ୍କ ଉପସ୍ଥିତିରେ ମୋଦୀ..ମୋଦୀ.. ନାରା ସହ ‘ତିସରି ବାର ମୋଦୀ ସରକାର’ ଏବଂ ‘ବାର ବାର ମୋଦୀ ସରକାର’ ନାରାରେ ଲୋକସଭା ପ୍ରକମ୍ପିତ ହୋଇଥିଲା।

୧୭ତମ ଲୋକସଭାର ଶେଷ ଶୀତକାଳୀନ ଅଧିବେଶନ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଥିଲା। ସଂସଦରେ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ବିଏସପି ସାଂସଦ ଦାନିଶ ଅଲୀ ବିଜେପି ସାଂସଦ ରମେଶ ବିଧୁଡ଼ିଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବେକରେ ପ୍ଲାକାର୍ଡ଼ ଝୁଲାଇ ଲୋକସଭାରେ ପହଞ୍ଚିଥିଲେ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ୧୦ ମିନିଟ୍ ପରେ ଏହାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୨୧ଟି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ କରିବା ନେଇ ପ୍ରସ୍ତୁତି କରାଯାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories