www.samajalive.in
Saturday, December 13, 2025
26.1 C
Bhubaneswar

ଲାଞ୍ଚ ନେଉଛି ଇଡି, ଅଧିକାରୀ ଗିରଫ

ଡେସ୍କ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଥିବା ଅଭିଯୋଗ ହେଉଥିବା ବେଳେ ମାମଲା ରଫାଦଫା କରିବା ପାଇଁ ଇଡି ଅଧିକାରୀ ବିଭିନ୍ନ ସମୟରେ ଲାଞ୍ଚ ନେଉଥିବା ସୂଚନା ମିଳିଛି। ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ଇଡି ଅଧିକାରୀ ଅଙ୍କିତ ତିୱାରୀଙ୍କୁ ତାମିଲନାଡୁ ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି। ଆସନ୍ତା ୧୫ ପର୍ଯ୍ୟନ୍ତ ସମ୍ପୃକ୍ତ ଇଡି ଅଧିକାରୀଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅଙ୍କିତ ଅନେକ ସରକାରୀ ଅଧିକାରୀଙ୍କୁ ଧମକଚମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି। ଗତ ଅକ୍ଟୋବର ୩୦ରେ ଅଙ୍କିତ ମଦୁରାଇର ଜଣେ ସରକାରୀ କର୍ମଚାରୀଙ୍କୁ ପଚରାଉଚରା ପାଇଁ ନିଜ କାର୍ଯ୍ୟାଳୟକୁ ଡାକି ୩ କୋଟି ଟଙ୍କା ଲାଞ୍ଚ ମାଗିଥିଲା। ସେହି ସରକାରୀ ଅଧିକାରୀଙ୍କ ବିରୋଧରେ ଏକ ମାମଲା ତଦନ୍ତ ଚାଲିଥିବା ବେଳେ ୩ କୋଟି ଟଙ୍କା ଦେଲେ ମାମଲା ବନ୍ଦ ହେବ ବୋଲି ଅଙ୍କିତ କହିଥିଲା। ତେବେ ଏଥିରେ ସନ୍ଦେହ କରି ସଂପୃକ୍ତ ସରକାରୀ କର୍ମଚାରୀ ଜଣକ ଦୁର୍ନୀତି ନିବାରଣ ଶାଖାରେ ଅଭିଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories