www.samajalive.in
Friday, December 12, 2025
16.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ ରେଳ ବାତିଲ

ଡେସ୍କ: ଓଡିଶା ପାଇଁ ବାତ୍ୟା ମିଚାଉଙ୍ଗର କୌଣସି ପ୍ରଭାବ ନ ଥିବା ବେଳେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ବରରୁ ବାହାରୁଥିବା ୧୨ଟି ଓ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍ ବାତିଲ କରାଯାଇଛି। ପୂର୍ବତଟ ରେଳପଥରୁ ଚେନ୍ନଇ ଏବଂ ଆନ୍ଧ୍ର ପ୍ରଦେଶ ଯାଉଥିବା ରେଳ ସହ ଚେନ୍ନଇରୁ ଓଡ଼ିଶା ଆସୁଥିବା ରେଳଗୁଡିକୁ ବାତିଲ କରାଯାଇଛି। ପୂର୍ବତଟ ରେଳପଥରୁ ୬ ଯୋଡା ରେଳ ବାତିଲ ହୋଇଥିବା ବେଳେ ପୁରୀ-ଚେନ୍ନଇ ଏକ୍ସପ୍ରେସ୍‌, ଭୁବନେଶ୍ବର ତିରୁପତି ଏବଂ ଭୁବନେଶ୍ବର ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ସହିତ ବିଶାଖାପାଟଣା ଦେଇ ଚଳାଚଳ କରୁଥିବା ୩ଟି ରେଳ ବାତିଲ ହୋଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବ ଯେଉଁ ଅଞ୍ଚଳରେ ଅଧିକ ପଡିବାର ସମ୍ଭାବନା ରହିଛି ସେହି ଅଞ୍ଚଳ ଦେଇ ଚଳାଚଳ କରୁଥିବା ୨୧ ଯୋଡା ରେଳକୁ ବାତିଲ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories