www.samajalive.in
Sunday, December 14, 2025
19.1 C
Bhubaneswar

ଶିକ୍ଷାଧିକାରୀଙ୍କ ଅଭିଯୋଗ ପରେ ନିଲମ୍ବିତ ଶିକ୍ଷକଙ୍କ ନାମରେ ମାମଲା- ଥାନାରେ ଅଟକ

ସାକ୍ଷୀଗୋପାଳ – ସତ୍ୟବାଦୀ ବ୍ଲକ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ମୂଷା ମଲ୍ଲିକଙ୍କ ଅଭିଯୋଗକୁ ଭିତ୍ତି କରି ଗତକାଲି ନିଲମ୍ବିତ ହୋଇଥିବା ଶିକ୍ଷକ ବିଶ୍ୱଜିତ ପ୍ରଧାନଙ୍କ ବିରୋଧରେ ସତ୍ୟବାଦୀ ପୋଲିସ ଏକ ମୋକଦ୍ଦମା ରୁଜୁ କରିଛନ୍ତି । ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସତ୍ୟବାଦୀ ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ ଦିନ ପ୍ରାୟ ୧୨ ଟା ସମୟରେ ନିଲମ୍ବିତ ଶିକ୍ଷକ ପ୍ରଧାନ ବୀର ଗୋବିନ୍ଦ ପୁରସ୍ଥିତ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

କାର୍ଯ୍ୟାଳୟରେ ବାଧା ସୃଷ୍ଟି କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ । ଅଭିଯୋଗକୁ ଭିତ୍ତି କରି ସତ୍ୟବାଦୀ ପୁଲିସ ଆଇପିସି ୪୪୮,୨୯୪,୩୨୩,୩୩୨,୩୫୩,୩୦୭,୪୨୭,୫୦୬ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଧାରା ୩ ଦଫାରେ ମୋକଦ୍ଦମା ରୁଜୁ କରିଛନ୍ତି ।
ନିଲମ୍ବିତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଧାନ ସତ୍ୟବାଦୀ ଥାନାରେ ଅଟକ ଅଛନ୍ତି । ଘଟଣାର ତଦନ୍ତ ଚାଲିଅଛି ବୋଲି ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରାଙ୍କ ସୂତ୍ରରୁ ଜଣା ପଡିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories