www.samajalive.in
Monday, December 15, 2025
16.1 C
Bhubaneswar

ଆତଙ୍କବାଦୀଙ୍କ କାଳ, ହାମାସ୍‌ – ଇସ୍ରାଏଲ୍‌ ଯୁଦ୍ଧରେ ହେଉଛି ‘ଏଆଇ’ ବ୍ୟବହାର

ଗାଜା- ଗାଜାରେ ଏବେ ହାମାସ ଏବଂ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏଆଇ ବା କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଉଛି । ହାମାସର ଆତଙ୍କୀମାନଙ୍କୁ ଠାବ କରିବା ପାଇଁ ଇସ୍ରାଏଲ୍‌ ଏଆଇର ବ୍ୟବହାର କରୁଥିବା ସୂଚନା ମିଳିଛି । ହାମାସ ଆକ୍ରମଣରେ ୧୪୦୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲ୍ ଆକ୍ରମଣରେ ୧୪ ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।

ଗାଜାରେ ଏବେ ଇସ୍ରାଏଲ୍‌ ଚାରିପଟୁ ଆକ୍ରମଣ କରୁଛି । ସ୍ଥଳପଥ, ଜଳପଥ , ଆକାଶପଥରୁ ଘନ ଘନ ଆକ୍ରମଣ ଚଳାଇଛି । ସ୍ଥଳପଥ ଏବଂ ଆକାଶ ପଥରେ ଆକ୍ରମଣ ପାଇଁ ଇସ୍ରାଏଲ୍‌ ପକ୍ଷରୁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଉଛି ।

- Advertisement -

ଏଥିରେ ଗୋସେପେଲ୍‌ ପରି ସିଷ୍ଟମକୁ ବ୍ୟବହାର କରାଯାଉଛଇ । ଏହା ଆତଙ୍କବାଦୀଙ୍କ ଆଡ୍ଡାକୁ ନିମିଷେକ ମଧ୍ୟରେ ନଷ୍ଟ କରି ଦେଇଥାଏ । ୨୦୨୧ ଯୁଦ୍ଧ ସମୟରେ ହ୍ୟୁମାନ ଇଣ୍ଟିଲିଜେନ୍ସ ବା ମଣିଷର ବୁଦ୍ଧି ମତା ଏବଂ ଭିଜୁଆଲ୍ ଇଣ୍ଟିଲିଜେନ୍ସର ବ୍ୟବହାର କରାଯାଇ ଆତଙ୍କବାଦୀ ଏବଂ ଶତ୍ରୁ ସୈନ୍ୟଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଥିଲା ।

ଇସ୍ରାଏଲ୍‌ର ଦାବି  ଅନୁସାରେ ୧୨ ହଜାରରୁ ଅଧିକ ଆତଙ୍କବାଦୀଙ୍କ ଆଡ୍ଡାକୁ ନଷ୍ଟ କରାଯାଇ ସାରିଲାଣି । ଏଆଇର ସାହାଯ୍ୟରେ ସାମୁହିକ ଭାବେ ଆତଙ୍କବାଦୀଙ୍କୁ ଲକ୍ଷ୍ୟଭେଦ କରାଯାଇପାରୁଛି ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories