www.samajalive.in
Sunday, December 14, 2025
23.1 C
Bhubaneswar

ଶୀତରେ ଘରୋଇ ମଏଶ୍ଚରାଇଜର୍..

ଶୀତରେ ତ୍ବଚା ଫାଟିବା, ଶୁଷ୍କ ଲାଗିବା ହେଉଛି ମୁଖ୍ୟ ସମସ୍ୟା। କେତେଜଣ ଦାମୀ କ୍ରିମ୍ ତ୍ବଚାରେ ଲଗାନ୍ତି, ଅନ୍ୟମାନେ ତ୍ବଚାର ଯତ୍ନ ନେବାକୁ ଯାଇ ବାରମ୍ବାର ଫେସିଆଲ୍ କରନ୍ତି। ଏତେ ପ୍ରକାର ଉପଚାର କରିବା ପରିବର୍ତ୍ତେ ଘରୋଇ ମଏଶ୍ଚରାଇଜର୍ ଲଗାଇପାରିବେ। ଏସବୁ ଆମ ଘରେ ମହଜୁଦ୍ ଅଛି। ବଜାରରେ ମିଳୁଥିବା ଦାମୀ କ୍ରିମ୍ ତୁଳନାରେ ଏହି ଘରୋଇ ମଏଶ୍ଚରାଇଜର୍ର କରାମତି ଖୁବ୍ ଅଧିକ।
ଘି-କୁଆଁରୀ ପତ୍ରକୁ କାଟି ତା’ ରସକୁ ଗୋଟିଏ କାଚ ବୋତଲରେ ରଖିବେ। ବୋତଲକୁ ସପ୍ତାହେ ପର୍ୟ୍ୟନ୍ତ ଫ୍ରିଜ୍ ରେ  ରଖିହେବ। ଗାଧୋଇବା ପରେ ଗୋଟିଏ ଚାମଚ ଘି-କୁଆଁରୀ ରସକୁ ମୁହଁରେ ଲଗାଇଲେ ଦାଗ ଦୂର ହେବା ସହ ତ୍ବଚା ଶୁଷ୍କ ହୁଏନି । ଖିର ସର ମଧ୍ୟ ବେଶ୍ କରାମତି ଦେଖାଏ। ବେସନ ଗୋଟିଏ ଚାମଚରେ ଖିର ସର ମିଶାଇ ତ୍ବଚାରେ ଲଗାଇବେ। ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୁଅନ୍ତୁ। ଏହି ପ୍ୟାକ୍ ଲଗାଇବା ପରେ ତ୍ବଚାରେ ଅନ୍ୟ କୌଣସି କ୍ରିମ୍ ଲଗାଇବା ଆବଶ୍ୟକତା ନାହିଁ।
ମେକ୍ଅପ୍ ବାହାର କରିବାକୁ କେତେଜଣ ନଡ଼ିଆ ତେଲ ବ୍ୟବହାର କରନ୍ତି। ନଡ଼ିଆ ତେଲକୁ ରାତିରେ ଶୋଇବା ପୂର୍ବରୁ ମୁହଁ, ହାତ, ପାଦରେ ମାଲିସ୍ କରିବେ। ଏହା ମଧ୍ୟ ଏକପ୍ରକାର ପ୍ରାକୃତିକ ମଏଶ୍ଚରାଇଜର୍।
ଶୁଷ୍କ ତ୍ବଚା ପାଇଁ ମହୁ ଔଷଧ ଭଳି କାମ କରେ। ସ୍ନାନ ପରେ ଦୁଇ ଠୋପା ମହୁ ନେଇ ମୁହଁରେ କିଛି ସମୟ ମାଲିସ୍ କରିବେ। ୨୦ ମିନିଟ୍ ପରେ ନଖ ଉଷୁମ ପାଣିରେ ତ୍ବଚା ଧୋଇନେବେ। ଏମିତି ପ୍ରତିଦିନ କଲେ ତ୍ବଚା ପାଇଁ ଅନ୍ୟ କୌଣସି ମଏଶ୍ଚରାଇଜର୍ ଆବଶ୍ୟକତା ନାହିଁ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories