www.samajalive.in
Saturday, December 13, 2025
27.1 C
Bhubaneswar

ସରକାରଙ୍କ ସହ ୟୁଏନଏଲଏଫର ଶାନ୍ତି ରାଜିନାମା

ଇମ୍ଫାଲ : ମଣିପୁର ସବୁଠାରୁ ପୁରୁଣା ସଶସ୍ତ୍ର ବିଦ୍ରୋହୀ ସଂଗଠନ ୟୁନାଇଟେଡ୍‌ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ୍) କେନ୍ଦ୍ର ସରକାରଙ୍କ ଶାନ୍ତି ରାଜିନାମା ସ୍ବାକ୍ଷର କରିଛି। ଶାନ୍ତି ରାଜିନାମା ଅନୁଯାୟୀ ୟୁଏନଏଲଏଫ୍‌ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସରକରାଙ୍କର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇଛି। ସରକାରଙ୍କର ୟୁଏନଏଲଏଫ୍ ସହ ଶାନ୍ତି ରାଜିନାମା ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ଶାହା ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ ୟୁଏନଏଲଏଫ୍‌ ସଦସ୍ୟମାନେ ଏବେ ଗାଣତାନ୍ତ୍ରିକ ଧାରାକୁ ଆସିଛନ୍ତି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ସରକାର ନିରନ୍ତର ଉଦ୍ୟମ ଚଳାଇବାର ଏହା ହେଉଛି ଫଳ। ମେ ୩ରୁ ମଣିପୁରରେ ହିଂସା ଲାଗି ରହିଥିବାବେଳେ ପ୍ରଥମ ଥର ଲାଗି ଏକ ବିଦ୍ରୋହୀ ସଂଗଠନ ସରକାରଙ୍କ ସହିତ ଶାନ୍ତି ବୁଝାମଣା କରିଛି। ନଭେମ୍ବର ୧୩ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଣିପୁରର ୮ଟି ମୈତେଇ ବିଚ୍ଛିନ୍ନତାବାଦୀ ସଂଗଠନକୁ ନିଷିଦ୍ଧ କରିଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories