www.samajalive.in
Sunday, December 14, 2025
26.1 C
Bhubaneswar

ନୀଳାଚଳ କୃଷକ ମହାସଂଘ ବୈଠକ

ସାକ୍ଷୀଗୋପାଳ :  ନୀଳାଚଳ କୃଷକ ମହାସଂଘର ଏକ ସାଙ୍ଗଠନିକ ବୈଠକ  ମା’ ପଦ୍ମାବତୀଙ୍କ ପ୍ରାଙ୍ଗଣରେ ମହାସଂଘର ରାଜ୍ୟ ସଭାପତି ଗୋପୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ୧୯୮୫ ମସିହାରୁ ଗଠନ ହୋଇ ପୁରୀ ଜିଲ୍ଲା କୃଷି ଓ କୃଷକଙ୍କର ବହୁବିଧ ଉନ୍ନତି ପାଇଁ ମୁଖ୍ୟତଃ ଜିଲ୍ଲାର ଜଳ ନିଷ୍କାସନ ଓ ଜଳ ସେଚନ ସମସ୍ୟାର ସମାଧାନ କ୍ଷେତ୍ରରେ ଅନେକ ସଫଳ ହୋଇପାରିଛି ବୋଲି ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଯେଉଁ ଯୋଜନାଗୁଡିକ ପ୍ରଣୟନ କରୁଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ କିନ୍ତୁ କୃଷକ ମାନଙ୍କର ସମନ୍ଵୟ ଓ ସଚେତନତା ଅଭାବରୁ ଭିନ୍ନ ଭିନ୍ନ ରାଜନେତା ମାନେ ବେନିୟମ ଉପାୟ  ଅବଲମ୍ବନ କରି କୃଷକମାନଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧା ସୁଯୋଗ ନିଜ ନିୟନ୍ତ୍ରଣରେ ରଖି ପରିଚାଳନା କରିବାରେ ସଫଳ ହେଉଛନ୍ତି ବୋଲି ସଭାପତି ଶ୍ରୀ ମିଶ୍ର ବୈଠକରେ ମତବ୍ୟକ୍ତ କରିଥିଲେ। ସଦା ସର୍ବଦା ଏସବୁର ପ୍ରତିବାଦ କରିବାରୁ ୨୮.୧୨.୨୦୧୬ରେ ସତ୍ୟବାଦୀ ବ୍ଲକରେ ଆନ୍ଦୋଳନରତ ଚାଷୀ ଆହାର ନେଉଥିବା ବେଳେ ଜିଲ୍ଲା ପ୍ରଶାସନର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ଅଧିକାରୀମାନେ ନିର୍ମମ ପ୍ରହାର କରିବା ସହିତ ୧୩ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଏକାଧିକ ଦିନ କାରାଗାରକୁ ପଠାଇ ଦିଆଯାଇଥିଲା ବୋଲି ନବନିର୍ବାଚିତ ସମ୍ପାଦକ ବିପ୍ରବର ପାତ୍ର କ୍ଷୋଭର  ସହ ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନ ମହାସଂଘର ଦାବୀ ଆପତ୍ତିକୁ ଗ୍ରହଣ ଓ କାର୍ଯ୍ୟକାରୀ କରିଥିବାରୁ ଆସନ୍ତା ୨୮ତାରିଖ ଦିନ ହଜାର ହଜାର ଚାଷୀଙ୍କୁ ନେଇ ଏକ ବିଜୟ ଦିବସ ପାଳନ କରିବା ପାଇଁ ମହାସଂଘର ଉପସଭାପତି ପ୍ରକାଶ କୁମାର ନାୟକ ଘୋଷଣା କରିଥିଲେ। ବୈଠକରେ ଉପସ୍ଥିତ ଥିବା ସମସ୍ତ ପଦାଧିକାରୀ ନୂତନ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ପୁରୀ ଜିଲ୍ଲାର ସମସ୍ତ ଚାଷୀଙ୍କୁ ମହାସଂଘରେ ସଭ୍ୟ ଓ ସଭ୍ୟା ରୂପେ ଅନ୍ତଭୁକ୍ତ କରିବା ପାଇଁ ଜିଲ୍ଲାର ପ୍ରତ୍ୟକ ପଂଚାୟତ ଓ ଗ୍ରାମରେ ପୃଥକ ପୃଥକ ଭାବେ ବୈଠକ କରିବାକୁ ମହାସଂଘର ନବ ନିଯୁକ୍ତ ସମ୍ପାଦକ ବିପ୍ରବର ପାତ୍ର ମତ ପୋଷଣ କରିଥିଲେ। ସଂଗଠନକୁ ତ୍ୱରିତ ଓ ସାଣିତ କରିବା ପାଇଁ ମହାସଂଘରେ କିଛି କର୍ମକର୍ତ୍ତାଙ୍କୁ ପଦ ପଦବୀ ସହ ସାମିଲ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ମଣ୍ଡଳୀର ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, ଗୁଣନିଧି ପାତ୍ର, ସଂଗଠକ ଶ୍ୟାମସୁନ୍ଦର ନାୟକ, ସମନ୍ଵୟ କମିଟିର ଅଧ୍ୟକ୍ଷ ଗୁଣନିଧି ପାତ୍ର, ସଂଗଠନ ସମ୍ପାଦକ ଚନ୍ଦ୍ରକାନ୍ତ ରାଉତରାୟ, ଦଳିତ ସେଲର ଅଧ୍ୟକ୍ଷ ମହେଶ୍ୱର ବେହେରା, ସମସ୍ତ ବ୍ଲକର ସଭାପତି ଏବଂ ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଶତାଧିକ ଚାଷୀ ବୈଠକରେ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories