www.samajalive.in
Sunday, December 14, 2025
26.1 C
Bhubaneswar

ଜିଲା ଆଇନ ସେବା ପ୍ରାଧିକରଣର ପ୍ରଚେଷ୍ଟାରେ ବରିଷ୍ଠ ନାଗରିକଙ୍କୁ ମିଳିଲା ଆଧାର କାର୍ଡ

ନବରଙ୍ଗପୁର : ନବରଙ୍ଗପୁର ଜିଲାର ନିର୍ମଳ ଆକାଶ ବୃଦ୍ଧାଶ୍ରମର ୫ ଜଣ ବରିଷ୍ଠ ନାଗରିକଙ୍କୁ ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟଭତ୍ତା ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଖବର ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ନଜରରେ ଆସିଥିଲା । ଏହି ଖବର ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତଙ୍କ ପାଖରେ ପହଞ୍ଚିଥିଲା। ସଚିବ ଶ୍ରୀ ରାଉତ ଏହାର ଗୁରୁତ୍ଵ ବୁଝି ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ ସଂଜୀବ ଦୁବେଙ୍କ ସହ ଆଲୋଚନା କରିଥିଲେ । ଜିଲା ଓ ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲାପାଳ ମହେଶ୍ଵର ନାୟକଙ୍କ ସହ କଥା ହୋଇଥିଲେ ଓ ୫ ଜଣ ବରିଷ୍ଠ ନାଗରିକଙ୍କୁ କିପରି ସାହାଯ୍ୟ ମିଳିପାରିବ ସେ ବିଷୟରେ ପଦକ୍ଷେପ ନେବାକୁ କହିଥିଲେ । ଏହାପରେ ୫ ବରିଷ୍ଠ ନାଗରିକଙ୍କୁ ତାଙ୍କ ଆଧାର କାର୍ଡ ଜିଲା ପ୍ରଶାସନ, ନବରଙ୍ଗପୁର ତରଫରୁ ପ୍ରଦାନ କରାଯାଇଛି । ଏହି କାର୍ଡ ପାଇବା ପରେ ବରିଷ୍ଠ ନାଗରିକ ମ।ନେ ଖୁସି ପ୍ରକାଶ କରିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories