www.samajalive.in
Saturday, December 6, 2025
26.1 C
Bhubaneswar

ଓଜନ ହ୍ରାସରେ ସହାୟକ ହୋଇଥାଏ ହରଡ ଡାଲି

ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହରଡ ଡାଲିର ସେବନ। ଏହାର ସେବନ ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହୋଇଥାଏ। ଏହାସହ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏଥିରେ ସୋଡିୟମ, ଫାଇବର, ପୋଟାସିୟମ, କାବ୍ରୋହାଇଡ୍ରେଟ, ମେଗ୍ନେସିୟମ, ଆଇରନ ଓ କ୍ୟାଲସିୟମ ଭଳି ପୋଷକ ତତ୍ତ୍ୱ ରହିଛି। ଏହି ଡାଲିକୁ ଆପଣ ମଧ୍ୟ ଡାଏଟ୍‌‌ରେ ସାମିଲ କରି ପାରିବେ। ଆପଣ ଯଦି ଶାକାହାରୀ ତେବେ ଏହାକୁ ନିଶ୍ଚୟ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହାର ଲାଭଦାୟକ ଗୁଣ ବିଷୟରେ..
ଅନେକ ଲୋକଙ୍କୁ ହରଡ ଡାଲି ଖାଇବା ଖୁବ୍‌‌ ପସନ୍ଦ। ଏହା ଉଚ୍ଚ ରକ୍ତଚାପ ସହ ମଧୁମେହ ରୋଗୀଙ୍କ ସମସ୍ୟାକୁ ନିୟନ୍ତ୍ରଣରେ ରଖିଥାଏ।
ହରଡ ଡାଲିର ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ। ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ହୃଦୟ ଜନିତ ସମସ୍ୟା ହେବାରେ ଅଧିକ ସମ୍ଭାବନା ରହିଥାଏ। ତେଣୁ ନିଜ ଖାଦ୍ୟରେ ହରଡ ଡାଲି ସାମିଲ କରନ୍ତୁ।
ଏହି ଡାଲିରେ ପୋଟାସିୟମ ରହିଛି। ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ। ମାତ୍ର ମଧୁମେହ ସହ ଅନ୍ୟ କୌଣସି ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶରେ ହରଡ ଡାଲିର ସେବନ କରନ୍ତୁ।
ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର ରହିଛି। ଯାହା ଭୋଜନକୁ ସହଜରେ ହଜମ କରିଥାଏ। ଏହି ଡାଲିର ସେବନ କରିବା ଦ୍ୱାରା ଗ୍ୟାଷ୍ଟ୍ରିକ୍‌‌ ଓ ବଦହଜମି ସମସ୍ୟା ମଧ୍ୟ ହୋଇନଥାଏ। ଏହି ଡାଲିର ସେବନ ଦ୍ୱାରା ଦିନଯାକ ସତେଜ ଅନୁଭବ କରିଥାଆନ୍ତି।
ଗର୍ଭବତୀ ମହିଳାଙ୍କ ପାଇଁ ଏହା ଉପକାରୀ। ଏହା ଉଭୟ ମାଆ ଓ ଗର୍ଭସ୍ଥ ଶିଶୁଙ୍କ ପାଇଁ ଲାଭଦାୟକ ହେବା ସହ ଶିଶୁର ବିକାଶରେ ମଧ୍ୟ ସହାୟକ ହୋଇଥାଏ।
ଏହି ଡାଲିର ସେବନ ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଏହି ଡାଲିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ଏହି କାରଣରୁ ଏହାକୁ ଖାଇବା ପରେ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ। ଫଳରେ ବାରମ୍ବାର ଭୋକ ହୋଇନଥାଏ। ଏହି ଡାଲି ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମଧ୍ୟ ଯୋଗାଇଥାଏ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories