www.samajalive.in
Saturday, December 13, 2025
26.1 C
Bhubaneswar

ଇସ୍ରାଏଲ-ହମାସ ଯୁଦ୍ଧ : ଅସ୍ତ୍ରବିରତି ଅବଧି ୨ ଦିନ ବୃଦ୍ଧି

ତେଲ୍‌ ଆବିଭ୍‌ :  ଇସ୍ରାଏଲ-ହମାସ ଯୁଦ୍ଧର ଅସ୍ତ୍ରବିରତି ଅବଧିକୁ ଦୁଇ ଦିନ ବୃଦ୍ଧି କରାଯାଇଛି। ଉଭୟ ପକ୍ଷଙ୍କ ସମ୍ମତିକ୍ରମେ ଅସ୍ତ୍ରବିରତି ଅବଧିକୁ ବୃଦ୍ଧି କରାଯାଇଥିବା କାତାର କହିଛି। ଉଭୟଙ୍କ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତିର ଅବଧି ସୋମବାର ଶେଷ ହୋଇଥିଲା। ଅସ୍ତ୍ରବିରତି ଅବଧି ବୃଦ୍ଧି କରିବା ଲାଗି କାତାର ମଧ୍ୟସ୍ଥତା କରିଥିଲା। ଶୁକ୍ରବାର ଠାରୁ ଉଭୟଙ୍କ ମଧ୍ୟରେ ୪ଦିନିଆ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଇସ୍ରାଏଲର ସର୍ତ୍ତ ଅନୁଯାୟୀ ପ୍ରତି ଗୋଟିଏ ଦିନ ଅସ୍ତ୍ରବିତରି ଲାଗି ୧୦ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ଦରକାର। ହମାସ ପଣବନ୍ଦୀଙ୍କୁ ମୁକ୍ତ କରିବା ଲାଗି ସମ୍ମତି ପ୍ରକାଶ କରବା ପରେ ଇସ୍ରାଏଲ ଅସ୍ତ୍ରବିରତି ଅବଧିକୁ ବୃଦ୍ଧି କରିଛି। ହମାସ ମଧ୍ୟ ସର୍ତ୍ତଭିତ୍ତିକ ଅସ୍ତ୍ରବିରତି ଅବଧି ବୃଦ୍ଧି ଲାଗି ସମ୍ମତି ପ୍ରକାଶ କରିଛି। ତେବେ ସୋମବାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତିର ଶେଷ ଦିନରେ ପଣବନ୍ଦୀ ଓ ପାଲେଷ୍ଟାଇନ ବନ୍ଦୀଙ୍କ ମୁକ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଇସ୍ରାଏଲ-ହମାସ ଯୁଦ୍ଧକୁ ସାମୟିକ ପରିବର୍ତ୍ତେ ସବୁଦିନ ପାଇଁ ବନ୍ଦ କରାଯିବା ଦରକାର। ଏହାଦ୍ବାରା ଗାଜାରେ ଚାଲିଥିବା ନିରୀହ ଜନତାଙ୍କ ରକ୍ତପାତକୁ ରୋକାଯାଇପାରିବ।
ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ବିଶ୍ବର ପ୍ରମୁଖ ଉଦ୍ୟୋଗପତି ତଥା ସ୍ପେସ୍‌ ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କଙ୍କୁ ନେଇ ଗାଜାର ସୀମାନ୍ତ କାଫର ଆଜା କିବୁଜ୍‌ ଅଞ୍ଚଳକୁ ପରିଦର୍ଶନ କରାଇଛନ୍ତି। ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ କିବୁଜ୍‌ ଅଞ୍ଚଳରେ ଆକ୍ରମଣ କରିଥିଲେ। ଏଠାରେ ଆତଙ୍କବାଦୀଙ୍କ ସଂହାର ଲୀଳାର ବିିଭିନ୍ନ ଦୃଶ୍ୟକୁ ନେତାନ୍ୟାହୁ ମସ୍କଙ୍କୁ ଦେଖାଇଥିଲେ। ମସ୍କ କହିଛନ୍ତି ଯେ ସେ ଇସ୍ରାଏଲର ଅନୁମତି ବିନା ସେ ତାଙ୍କର ‘ଷ୍ଟାରଲିଙ୍କ’ ସାଟେଲାଇଟ୍ ଇଣ୍ଟରନେଟ୍‌କୁ କାର୍ଯ୍ୟକ୍ଷମ କରିବେ ନାହିଁ। ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧରେ ୧୨୦୦ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିବାବେଳେ ଗାଜାରେ ୧୪,୮୦୦ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଲେଣି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories