BJD Bijuli 480×75 Mob

ନିଆରା ଢଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ସମାଜସେବୀ

BJD Bijuli 480×75 Mob

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ୍ ଅନ୍ତର୍ଗତ ମାଦାଗୁଡା ସମାଜସେବୀ ବୁଲୁ ମଲିକ ନିଆରା ଢଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି । ସୂଚନା ପ୍ରକାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ଗୌରବମୟ ସ୍ମୃତିକୁ ବଜାୟ ରଖି ଲୋକେ ଏହି ଦିନ ପାଳନ କରୁଥିବାବେଳେ  ସମାଜସେବୀ ବୁଲୁ ମଲିକ ଆଜି ଖମନଖୋଲ ଗ୍ରାମ ପଞ୍ଚାୟତର ଉପାନ୍ତରେ ଥିବା ସିଙ୍ଗୁଳି ଗ୍ରାମକୁ ଯାଇ କୁନି କୁନି ଛୁଆ ମାନଙ୍କୁ ପୋଷାକ ପ୍ରଦାନ କରିଛନ୍ତି । ଏହି ଅଞ୍ଚଳ ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ନା ଅଛି ଭଲ ରାସ୍ତା ନା ଅଛି ଆନୁସଙ୍ଗିକ ସୁବିଧା। ଯାହା ଫଳରେ ଲୋକମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ସମସ୍ୟାକୁ ଖାତିରି ନକରି ଅଞ୍ଚଳରେ ପହଞ୍ଚି ନିଜର ସମାଜ ପ୍ରତି ଥିବା ସହୃଦୟତାକୁ ପ୍ରତିପାଦନ କରିଥିଲେ। ଶ୍ରୀ ମଲିକ ଆଜିକୁ ପ୍ରାୟ ଦୀର୍ଘ ବାରବର୍ଷ ହେବ ସମାଜସେବା କରି ଆସୁଛନ୍ତି । ପୂର୍ବରୁ ଏହିପରି ବହୁ ଅସହାୟଙ୍କୁ ସହାୟତାର ହାତ ବଢେଇବା ସହିତ ଶୀତ ଦିନେ କମଳ ବାଣ୍ଟିବା ଠାରୁ ଛାତ୍ର ଛାତ୍ରୀ ମାନଙ୍କୁ ସହାୟତା କରିଛନ୍ତି। ସିଙ୍ଗୁଳି ଗାଁକୁ ଯିବା ସମୟରେ ଦିବାକର ପାତ୍ର, ମିଟୁକୁ ମଲିକ ଉପସ୍ଥିତ ରହି ସହଯୋଗ କରିଥିଲେ । ଶ୍ରୀ ମଲିକଙ୍କର ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ସିଙ୍ଗୁଳି ଗ୍ରାମର ଓ୍ୱାର୍ଡମେମ୍ବର ଏବଂ ଗ୍ରାମବାସୀ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଦେଇ ଥିଲେ।

Comments are closed.