ଜେଏସଡବ୍ଳ୍ୟୁ-ଭୁଷଣ ପକ୍ଷରୁ ଠେଲକୋଲୋଇ ହାଇସ୍କୁଲ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ରେଙ୍ଗାଲି: ଜେଏସଡବ୍ଳ୍ୟୁ-ଭୁଷଣ କମ୍ପାନୀ ପକ୍ଷରୁ ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଗ୍ରାମରେ ଥିବା ହାଇସ୍କୁଲର କୋଠା ନିର୍ମାଣ ପାଇଁ ସୋମବାର ଭୂମି ପୂଜନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିମତେ ଭୂମି ପୂଜନ କରାଯିବାପରେ କମ୍ପାନୀର ସଭାପତି ୧ ନିର୍ଦ୍ଦେଶକ ଅନିଳ ସିଂହ ଏବଂ କମ୍ପାନୀର ମହିଳା କ୍ଲବ ଅକାଂକ୍ଷାର ସଭାନେତ୍ରୀ ନୀଳମ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନୂତନ ସ୍କୁଲ କୋଠା ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଠେଲକୋଲୋଇ ସରପଞ୍ଚ ଅବନ୍ତୀ ନାୟକ, ମାନବ ସମ୍ବଳ ବିଭାଗ ମୁଖ୍ୟ ଜୟପ୍ରକାଶ ସିଂହ, ସୁରକ୍ଷା ଏବଂ ପ୍ରଶାସନିକ ମୁଖ୍ୟ ବିଶାଳ ରାଜ୍, ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ପଧାନ, ସ୍କୁଲ ପରିଚାଳନା କମିଟିର ସଭାପତି ଦୁର୍ଗା ପ୍ରସାଦ ସାହୁ ସମେତ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଗ୍ରାମର ସଚେତନ ନାଗରିକ ଉପସ୍ଥିତ ଥିଲେ। କମ୍ପାନୀ ହାଇସ୍କୁଲର କୋଠା ନିର୍ମାଣ ପାଇଁ ପଦକ୍ଷେପ ନେଇଥିବାରୁ ଜନସାଧାରଣରେ ଏହା ପ୍ରଶଂସିତ ହେଉଛି।
Comments are closed.