www.samajalive.in
Sunday, December 14, 2025
15.1 C
Bhubaneswar

ଗୁଜରାଟ ଟାଇଟାନ୍‌ସରେ ରହିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ  : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୪ ପାଇଁ ଖେଳାଳି ନିଲାମ ଆସନ୍ତା ଡିସେମ୍ବର ୧୯ରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଫ୍ରାଞ୍ଚାଇଜ୍‌ମାନଙ୍କ ପକ୍ଷରୁ ଖେଳାଳି ଛାଡ଼ିବା ଓ ଅଦଳବଦଳ ପକ୍ରିୟା ​ଶେଷ ହୋଇଛି। ଗୁଜରାଟ ଟାଇଟାନ୍‌ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଆଇପିଏଲ-୨୦୨୪ରେ ତାଙ୍କ ପୁରୁଣା ଦଳ ମୁମ୍ବଇ ଇଣ୍ଡିଆନ୍‌ସକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା ସେଥିରେ ପୁନଃ​ଚ୍ଛେ‌ଦ ପଡିଛି । ଗୁଜରାଟ ଟାଇଟାନ୍‌ସ ପାଣ୍ଡ୍ୟାଙ୍କୁ ଦଳରେ ରଖିଛି। ଏ ନେଇ ଉକ୍ତ ଫ୍ରାଞ୍ଚାଇଜ୍ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍‌ସରୁ ମୁମ୍ବଇ ଇଣ୍ଡିଆନ୍ସକୁ ୱାନ ୱେ ଟ୍ରେଡ୍‌ ଆଧାରରେ ଆସିବା ନେଇ ଚର୍ଚ୍ଚା ହେଉଥିଲା। ଏପରିକି ପାଣ୍ଡ୍ୟାଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ତାଙ୍କ ପ୍ରାପ୍ୟ ୧୫ କୋଟି ଟଙ୍କା ଦେବାକୁ ମଧ୍ୟ ସହମତି ପ୍ରକାଶ କରିଥିଲା। କିନ୍ତୁ ଶେଷ ମୁହୂତ୍ତ୍ବରେ ଗୁଜରାଟ ଟାଇଟାନ୍‌ସ ପାଣ୍ଡ୍ୟାଙ୍କୁ ଦଳରେ ରଖିବା ନେଇ ଘୋଷଣା ପରେ ସବୁ ଆଲୋଚନାର ଅନ୍ତ ଘଟିଛି। ପାଣ୍ଡ୍ୟା ୨୦୨୨ରେ ଗୁଜରାଟ ଟାଇଟାନ୍‌ସର ଅଧିନାୟକ ନିଯୁକ୍ତ ହୋଇଥିଲେ। ଉକ୍ତ ବର୍ଷ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ଟାଇଟାନ୍‌ସ ଆଇପିଏଲ ଚମ୍ପିଆନ ହୋଇଥିଲା। ୨୦୨୩ରେ ମଧ୍ୟ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ଟାଇଟାନ୍‌ସ ଆଇପିଏଲର ଫାଇନାଲରେ ପହଞ୍ଚିବା ସହ ରନର୍ସଅପ ହୋଇଥିଲା।
ସେହିପରି ଖେଳାଳି ନିଲାମ ସମୟରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ଙ୍କୁ ପୂର୍ବ ଖର୍ଚ୍ଚ ସୀମା ସହିତ ଆଉ ୫ କୋଟି ଟଙ୍କା ଚଳିତ ବର୍ଷ ଯୋଗ କରାଯାଇଛି। ଏହା ଫଳରେ ନିଲାମ ସମୟରେ ଫ୍ରାଞ୍ଚାଇଜ୍‌ ଗୁଡ଼ିକ ହାତରେ ୧୦୦ କୋଟି ଟଙ୍କା ରହିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦରାବାଦ୍‌ ମଧ୍ୟରେ ଖେଳାଳି ଅଦଳବଦଳ ହୋଇଛି। ଆରସିବିର ସ୍ପିନ ଅଲରାଉଣ୍ଡର ସାହାବାଜ୍‌ ଅହମ୍ମଦଙ୍କ ବଦଳରେ ସନରାଇଜର୍ସ ହାଇଦରାବାଦ୍‌ରୁ ମୟଙ୍କ ଡାଗରଙ୍କୁ ଆଣିଛି।
ଚେନ୍ନଇ ସୁପରକିଙ୍ଗ୍‌ସ ୨୦୨୩ ଆଇପିଏଲ ଦଳରେ ଥିବା ୮ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି। କଲକାତା ନାଇଟ୍‌ ରାଇଡର୍ସ ୱେଷ୍ଟଇଣ୍ଡିଜ୍‌ର ଅଲରାଉଣ୍ଡର ଆଣ୍ଡ୍ୟୁ ରସେଲ ଓ ସୁନୀଲ ନାରିନଙ୍କୁ ଦଳରେ ରଖିଛି।

ବିଭିନ୍ନ ଦଳ ଛାଡ଼ିଥିବା ଖେଳାଳି
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ୱାହିନ୍ଦୁ ହାସରଙ୍ଗା, ଜୋଶ ହାଜେଲଉଡ୍‌, ହର୍ଶଲ ପଟେଲ, ଫିନ୍‌ ଆଲିନ, ମିଚେଲ ବ୍ରାସୱେଲ, ଡେଭିଡ୍‌ ୱିଲି, ୱେର୍ଣ୍ଣ ପାର୍ନିଲ, ସୋନୁ ଯାଦବ, ଅବିନାଶ ସିଂହ, ସିଦ୍ଧାର୍ଥ କୌଲ, କେଦାର ଯାଦବ।
ଚେନ୍ନଇ ସୁପରକିଙ୍ଗ୍‌ସ : ଅମ୍ବାତି ରାଇଡୁ, ବେନ୍‌ ଷ୍ଟୋକ୍‌ସ, ଡାୱେନ ପେଟ୍ରୋରିୟସ, ସିସାଣ୍ଡା ମାଗାଲା, କାଏଲ ଜେମିସନ, ଭଗତବ ବର୍ମା, ଶୁଭ୍ରାଂଶୁ ସେନାପତି, ଆକାଶ ସିଂହ।
ମୁମ୍ବଇ ଇଣ୍ଡିଆନ୍‌ସ : ମହମ୍ମଦ ଅର୍ଶଦ ଖାନ, ରମଣଦୀପ୍‌ ସିଂହ, ହିତ୍ରିକ ସୁକେନ, ରାଘବ ଗୋଏଲ, ଜେଫ୍ରା ଆର୍ଚ୍ଚର, ତ୍ରିଷ୍ଟାନ ଷ୍ଟ୍ରବ୍‌ସ, ଡୁଆନ ଜାନସେନ, ଝାଏ ରିଚାର୍ଡସନ, ରିଲି ମେରିଦିତ୍‌, କ୍ରିସ ଜୋର୍ଡାନ, ସନ୍ଦୀପ ୱାରିୟର।
ଦିଲ୍ଲୀ କ୍ୟାପିଟାଲ୍‌ସ : ରିଲେ ରୋସୋ, ଚେତନ ସାକାରିଆ, ରୋଭନ ପାୱେଲ, ମନୀଷ ପାଣ୍ଡେ, ଫିଲ୍‌ ସର୍ଟ, ମୁସ୍ତାଫିଜ୍ୟୁର ରହେମାନ, କମଳଶେ ନାଗରକୋଟି, ରିପଲ ପଟେଲ, ସାହାବାଜ ଖାନ, ଅମନ ଖାନ, ପ୍ରିୟମ ଗର୍ଗ।
ରାଜସ୍ଥାନ ରୟାଲ୍‌ସ : ଜୋ ରୁଟ୍‌, ଅବଦୁଲ ବିସ୍ତ, ଜାସନ ହୋଲଡର, ଆକାଶ ବୈଶିଷ୍ଟ,କୁଳଦୀପ୍‌ ଯାଦବ, ଓବେଡ ମ୍ୟାକ୍‌ୱେ, ମୁରୁଗାନ ଅଶ୍ବିନ, କେ.ସି କାରିୟାପ୍ପା, କେ.ଏମ୍‌ ଆସିଫ।
ପଞ୍ଜାବ କିଙ୍ଗ୍‌ସ : ଭାନୁକା ରାଜପାକ୍ଷେ, ମୋହିତ ରଥି, ବଲତେଜ୍‌ ଧଣ୍ଡା, ରାଜ୍‌ ଅଙ୍ଗଦ ବାୱା, ସାହାରୁଖ ଖାନ୍‌।
କଲକାତା ନାଇଟ୍‌ ରାଇଡର୍ସ : ସାକିବ୍‌ ଅଲ୍‌ ହାସନ, ଲିଟନ ଦାସ, ଆଯ୍ୟ ଦେଶାୟି, ଡେଭିଡ୍‌ ୱିସେ, ସାର୍ଦୁଳ ଠାକୁର, ନାରାୟଣ ଜଗଦିଶାନ, ମନଦୀପ୍‌ ସିଂହ, କୁଲୱନ୍ତ ଖଜ୍ରୋଲିଆ, ଲୁକି ଫର୍ଗୁସନ, ଉମେଶ ଯାଦବ, ଟିମ୍‌ ସାଉଦି, ଜନସନ କାର୍ଲେସ।
ସନରାଇଜର୍ସ ହାଇଦରାବାଦ୍‌ : ହ୍ୟାରୀ ବ୍ରୁକ୍‌, ସମରର୍ଥ ବିଜୟ, କାର୍ତ୍ତିକ ତ୍ୟାଗି, ବିବ୍ରାନ୍ତ ଶର୍ମା, ଆକେଲା ହୋସେନ, ଆଦିଲ ରସିଦ୍‌।
ଗୁଜରାଟ ଟାଇଟାନ୍‌ସ : ୟଶ ଦୟାଲ, କେ.ଏସ୍‌ ଭାରତ, ଶିଭମ ମାଭି, ଉର୍ଭିଲ ପଟେଲ, ପ୍ରଦୀପ ସାଙ୍ଗୱାନ, ଓଡେନ ସ୍ମିଥ୍‌, ଆଲଜାରୀ ଜୋଶେଫ, ଦାସୁନ ସନକା।
ଲକ୍ଷ୍ମୌ ସୁପରଜ୍ୟାଣ୍ଟ୍‌ସ : ଜୟଦେବ ଉନାଦକତ୍‌, ଡାନିଏଲ ସାମ୍‌ସ, ମନନ ଭୋରା, ସ୍ବପ୍ନିଲ ସିଂହ, କରନ ଶର୍ମା, ଅର୍ପିତ ଗୁଲେରିଆ, ଶ୍ରେୟାଂଶ ସିଡ୍‌ଗେ, କରୁଣ ନାୟର।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories